ଭୁବନେଶ୍ୱର ବାଣୀବିହାର ଛକରୁ ଆପଣ ଯଦି କଟକ ଅଭିମୁଖେ ଯାଉଛନ୍ତି ତାହେଲେ ପ୍ରଥମେ ସତସଙ୍ଗ ବିହାରଠୁ ହଂସପାଳ ଯାଏଁ ପ୍ରବଳ ଭିଡ଼ । କାରଣ-କେଉଁଠି ଓଭରବ୍ରିଜ୍ କାମ ପାଇଁ, କେଉଁଠି ରାସ୍ତା ଉପରେ ଅନିୟନ୍ତ୍ରିତ ଭାବେ ବସ୍ ପାର୍କିଂ ତ ପୁଣି କେଉଁଠି, କେତେବେଳେ ଯାତାୟତ କରୁଥିବା ଗାଡ଼ିର ବ୍ରେକଫେଲ୍ କି ଅନ୍ୟ ସମସ୍ୟା ପାଇଁ ।
ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼ କି ସଚିବ ବଡ଼ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ବୋଲି କହିଥିଲେ ସୌମ୍ୟରଂଜନ ।
୨୦୨୧ରେ ୧ଲକ୍ଷ ୫୫ ହଜାର ୪୨୦ଟି ମାମଲା ରୁଜୁ ହୋଇଛି । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ଗୃହରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।
ନବ ଦାସ ହତ୍ୟାକାଣ୍ଡକୁ ୩୦ଦିନ ପୁରିବାକୁ ଯାଉଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି ବୋଲି ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।
ଓଡ଼ିଶାରେ ରହିଛି ସୁନା ଖଣି। ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଛି।
ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।
ପୋଲିସ କନେଷ୍ଟବଲ ବାସନ୍ତୀ ଚୌଧୁରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କର୍ତ୍ତବ୍ୟ ତୁଲାଇବା ସହ ଜଣେ ମହିଳା ଚାକିରି ଆଶାୟୀଙ୍କୁ ସାହାଯ୍ୟ କରି ସେ ପ୍ରଶଂସାର ପାତ୍ର ସାଜିଛନ୍ତି।
ବାହାଘର ଭୋଜିରେ ଅଘଟଣ, ବିଦ୍ୟୁତ୍ ଆଘାତରେ ନାବାଳକର ମୃତ୍ୟୁ ହୋଇଛି। ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
୨ ଜଣ ଅଜଣା ବ୍ୟକ୍ତି ନମ୍ବର ପ୍ଲେଟ୍ ନଥିବା ଏକ ପଲ୍ସର୍ ବାଇକ୍ରେ ଆସି ଢାବା ମାଲିକଙ୍କ ସହ ୨ ମିନିଟ୍ ପ୍ରଥମେ କଥା ହୋଇଥିଲେ। ଏହାପରେ ଢାବା ମାଲିକ ଓ ତାଙ୍କ ସହଯୋଗୀଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ।
ଏସିଡ୍ ମାଡ଼ରେ ଗୁରୁତର ଆହତ ହୋଇଥିବା ବାଲେଶ୍ୱରର ବନିତା ଶେଷରେ ଆଖି ବୁଜିଛନ୍ତି। ସ୍ୱାମୀ ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା ।
ପୂର୍ବରୁ ୨୦୨୩ ଜାନୁୟାରୀରୁ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ଥିଲା, ଏଥର ଆସନ୍ତା ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଯାନବାହନଗୁଡ଼ିକ ୨୦୨୩ ଜୁନ୍ ୩୦ ସୁଦ୍ଧା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବେ ।
କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି ।
୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।
ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।
୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
ଆସନ୍ତା ୨୮ ତାରିଖରେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ । ଏହା ପରେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ
ସ୍ୱର୍ଗତ ରାମନାଥ ମିଶ୍ର ଜିଲ୍ଲାର ଜଣେ ବରିଷ୍ଠ ଆଇନଜୀବୀ । ପାରଳାଖେମୁଣ୍ଡି ବାର୍ ଆସୋସିଏସନର ସଭାପତି ଭାବେ ୨୦ରୁ ଅଧିକ ଥର ସେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁର ୫ ମାସ ପରେ ବି ଦଳ ପାଖରେ କେମିତି ଖବର ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ମୃଦୁ ପାନୀୟଗୁଡିକୁ ସାଧାରଣତଃ ସମସ୍ତେ ଥକ୍କାପଣ ଦୂରକରି, ଏନର୍ଜେଟିକ୍ ଫିଲ୍ କରିବା ପାଇଁ ନେଇଥାନ୍ତି, କାରଣ ଏଥିରେ ଥିବା ଶର୍କରା ତୁରନ୍ତ ଶରୀରରେ ପ୍ରବେଶ କରି ଗ୍ଲୁକୋଜ୍ ମାତ୍ରାକୁ ବଢାଇଥାଏ। ହେଲେ ଜିଭକୁ ସୁଆଦିଆ ଏବଂ ଶରୀରକୁ ସାଙ୍ଗେସାଙ୍ଗେ ଶକ୍ତି ଦେଉଥିବା ଏହି ମୃଦୁ ପାନୀୟଗୁଡିକର ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ରହିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା…
‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ପ୍ରଶଂସାର ସୁଅ। ସେ କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରିପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା।
ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ବି ଆୟୁର୍ବେଦିକ ଚିକିତ୍ସା ଉପରେ ୪୩ ବର୍ଷୀୟ ହରିଙ୍କର ରହିଛି ଗଭୀର ଜ୍ଞାନ । ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ଏଯାବତ ସେ ପ୍ରାୟ ୪୫୦ ପ୍ରକାରର ଚେରିମୂଳି ଔଷଧ ତିଆରି କରିଛନ୍ତି । ଏହି ଔଷଧ ଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍, ସିକଲସେଲ୍ ସ୍ନାୟୁ ରୋଗ, ଋତୁସ୍ରାବ ସମସ୍ୟା, ଥାଇରଡ, କିଡନୀ ସମସ୍ୟା ଭଳି ୧୦୫ଟି ରୋଗ ଠିକ୍ ହେଉଥିବା ସେ କହିଛନ୍ତି । କେବଳ ସେତିକି ନୁହେଁ ଚେରମୂଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ଗବେଷଣା କରୁଛନ୍ତି। ।
ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ।
୫ ଦିନ ପରେ ରାଜ୍ୟରେ ଆହୁରି ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି।