Advertisment

୮ ବର୍ଷ ହେଲାଣି ପ୍ରକଳ୍ପ ବୋର୍ଡ ମରାଯାଇଛି କିନ୍ତୁ କାମ ହେଉନି...

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍...

author-image
Sarbeswar
ଅଦ୍ୟତନ ହୋଇଛି
Locals Irk Over Delay In Barrage Construction In Udala

Project Fail

୮ବର୍ଷ ବିତିଗଲାଣି.. ପ୍ରକଳ୍ପ ଫଳକ ରାସ୍ତା କଡ଼ରେ ହିଁ ମରାଯାଇଛି.. ନା ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି ନା ଲୋକେ ଉପକୃତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ବୈରାଟପୁର ସୋନ ନଦୀ ବ୍ୟାରେଜରେ ଏମିତି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ହେଲେ ଆଜି ଯାଏ ଆରମ୍ଭ ହୋଇପାରିଲାନି କାମ । ଆଉ ବ୍ୟାରେଜ୍ ହେବ, ଜଳସେଚନ ସୁବିଧା ମିଳିବ । ଏ ବିଶ୍ୱାସ ଲୋକଙ୍କର ନାହିଁ ।

Advertisment

ଅଧିକ ପଢ଼ନ୍ତୁ: କୋମାରେ ବୌଦ୍ଧ ସାଲୁଙ୍କି ଜଳସେଚନ ପ୍ରକଳ୍ପ...ଚାଷୀକୁଳ ମୁଣ୍ଡରେ ହାତଦେଲେଣି

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍ ।

Advertisment

ବ୍ୟାରେଜ ଯଦି ହେଇଥାନ୍ତା କେବଳ ଉଦଳା ନୁହେଁ ଗୋପବନ୍ଧୁନଗର, ବଡ଼ସାହି, ରେମୁଣା ଓ ବାଲେଶ୍ୱର ଭଳି ୪ ଟି ବ୍ଲକର ଚାଷୀ ଉପକୃତ ହୋଇଥାନ୍ତେ । କେବଳ ନଦୀ ପର୍ଯ୍ୟନ୍ତ ରାସ୍ତା କାମ ବ୍ୟତୀତ ଆଉ କିଛି ଆଗେଇ ପାରି ନାହିଁ । ଆଗକୁ ନିର୍ବାଚନ.. ଦେଖିବାର କଥା ଏଇ ଥର ବ୍ୟାରେଜ୍ କାମ ସରୁଛି ନା ଆର ନିର୍ବାଚନକୁ ଅପେକ୍ଷା କରିବାକୁ ହେବ...।

(ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ)

Jojona Ra Na Hariloot Jojonara Na Hariloot
Advertisment
Advertisment