/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677774158.jpg)
orissa high court
ଯୁବପିଢ଼ିଙ୍କ ପାଇଁ ଆଉ ଏକ ସୁଯୋଗ । ଚାକିରି ପାଇଁ ଉଚ୍ଛୁକ ଥିବା ଯୁବକ-ଯୁବତୀମାନେ ଓଡ଼ିଶା ହାଇକୋର୍ଟରେ ଚାକିରି ପାଇପାରିବେ । ନିକଟରେ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଯୋଗ୍ୟ ପ୍ରାର୍ଥୀ ମାନେ ବାହାରିଥିବା ପଦବୀ ପାଇଁ ଆବେଦନ କରିପାରିବେ । ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜୁନିୟର ଆସିଷ୍ଟାଣ୍ଟ୍ ଏବଂ ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ଆଶାୟୀ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଅଧିକ ପଢ଼ନ୍ତୁ: ଖୁବ୍ଶୀଘ୍ର ଓଡ଼ିଶାରେ ପୂରଣ ହେବ ୨୦,୦୦୦ କନିଷ୍ଠ ଶିକ୍ଷକ ପଦବୀ
ବାହାରିଥିବା ଏହି ପଦବୀଗୁଡ଼ିକ ପାଇଁ ମାର୍ଚ୍ଚ ଏକ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୩ ମାର୍ଚ୍ଚ ୨୦ ତାରଖ ଯାଏଁ ଆବେଦନର ସମୟସୀମା ରଖାଯାଇଛି ।
ଏହି ବିଜ୍ଞପ୍ତି ଜରିଆରେ ଓଡିଶା ହାଇକୋର୍ଟର ମୋଟ ୨୩୪ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୧୯୯ଟି ପଦବୀ ସହକାରୀ ବିଭାଗ ଅଧିକାରୀ ପଦବୀ ପାଇଁ ହୋଇଥିବା ବେଳେ ୩୫ଟି ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ରହିଛି ।
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧ ଅଗଷ୍ଟ ୨୦୨୩ ସୁଦ୍ଧା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)