• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Teacher Issue
ବାଃ ବାଃରେ ବ୍ୟବସ୍ଥା : ମାଆ ଚାକିରି କରିବ, ପୁଅ ପାଠ ପଢାଇବ

ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା

Awas yojana
ପ୍ରଶାସନ ପାଖକୁ ୧୦ ବର୍ଷ ହେଲା ଦଉଡୁଛନ୍ତି...ହେଲେ ସୁକାନ୍ତିଙ୍କ ଦୁଃଖ କେହି ଶୁଣୁନାହାନ୍ତି

ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ।

ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..
ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..

ଜଙ୍ଗଲ ସଫାରୀ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଆପଣ ଟିକେଟ ବୁକିଂ କରିପାରିବେ.. ଗୋଟିଏ ଓପନ ଜିପରେ ସୁରକ୍ଷା କର୍ମୀଙ୍କ ସହ ପର୍ଯ୍ୟଟକଙ୍କୁ ମିଶାଇ ୭ ଜଣ ଏକା ସାଙ୍ଗରେ ଯାତ୍ରା କରିପାରିବେ । ଅଢେଇ ଘଣ୍ଟାର ଗୋଟିଏ ଟ୍ରିପ ପାଇଁ ଅଫଲାଇନରେ ମାତ୍ର ୨୫୦୦ ଓ ଅନଲାଇନରେ ୨୬ ଶହ ୨୫ ଟଙ୍କା ଆପଣଙ୍କୁ ଦେବାକୁ ପଡିବ।

  • Thursday, 02 March 2023
Teacher
ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

GharaChatia
ଘରଚଟିଆ ପାଇଁ ଘର କଲେ...ଏବେ ଆମେରିକାରୁ ଆସିଲା ଡାକରା

ବ୍ରହ୍ମପୁର କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧ ଗାଁର ଯୁବକ ସାଗର କୁମାର ପାତ୍ର । ୨୦୧୧ ମସିହାରୁ ଘର କି ଗାଁରେ ଘରଚଟିଆ ଦେଖିବାକୁ ପାଇଲେନି ସାଗର । କିନ୍ତୁ କାହିଁକି ହଠାତ୍‌ ଏଇ ଛୋଟିଆ ଚଢେଇ ଉଭାନ ହୋଇଗଲେ ସେନେଇ ଆରମ୍ଭ କରିଦେଲେ ଗବେଷଣା । ଇଣ୍ଟରନେଟ୍‌ରୁ ଜାଣିବାକୁ ପାଇଥିଲେ କେମିତି ଓ କେଉଁ ସବୁ ସ୍ଥାନରେ ଘର କରି ରୁହନ୍ତି ଘରଚଟିଆ । ବାସ୍‌ ନିଜସ୍ୱ ଉଦ୍ୟମରେ କୁତ୍ରିମ ଘର କରିବା ସହିତ ମାଟି ହାଣ୍ଡି, ପ୍ଲାଇ ବକ୍ସ, ଲାଉ ତୁମ୍ବାରେ ତିଆରି କରିଥିଲେ କୃତ୍ରିମ ଘର।

  • Thursday, 02 March 2023
  • USA
Chandan
ପେଟ ପାଇଁ ସେଲୁନରେ ଚୁଟି କାଟି ମାଟ୍ରିକ୍‌ ପରୀକ୍ଷା ପାଇଁ ସଜବାଜ ହେଉଛନ୍ତି ଚନ୍ଦନ

ବାଲେଶ୍ୱର ଔପଦା ବ୍ଲକ କୁମ୍ଭକହୁଣିଆ ଗାଁର ଚନ୍ଦନ ଜେନା । ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଚନ୍ଦନ । କିନ୍ତୁ ପରିସ୍ଥିତିର ଦାସ ହୋଇ ଚୁଟି କାଟିବାକୁ ସେ ବାଧ୍ୟ ହେଉଛନ୍ତି । ବାରିକ ଘରର ପୁଅ ହୋଇନଥିଲେ ବି ସେଲୁନ୍‌ରେ ରୀତିମତ କାଟୁଛନ୍ତି ଚୁଟି। ଖାଲି ଏତିକି ନୁହେଁ ବରଂ ଏଇ ଦୋକାନରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ନିଜ ପରିବାର ମୁହଁରେ ଆହାର ଦେବା ସହିତ ନିଜ ପଢାଖର୍ଚ୍ଚ ବି ଉଠାଉଛନ୍ତି ଚନ୍ଦନ ।

Rayagada
ମୂଲିଆ ମୁଣ୍ଡ ଖଟାଇଲେ...ପାହାଡ ଚିରି କ୍ଷେତରେ ପାଣି ମଡେଇଲେ

ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ ପାଖରେ ବାରମ୍ବାର ନେହୁରା ବି ହୋଇଛନ୍ତି ଅନନ୍ତ ।

Some important rules for getting good result at home
Vastu Tips: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

ଘର ସଜ୍ଜେଇବା ଏକ ଭଲ ଗୁଣ। ଏହି ଘର ସଜ୍ଜା କିନ୍ତୁ ବାସ୍ତୁ ନିୟମ ଅନୁସାରେ ହେବା ଉଚିତ। ଆସନ୍ତୁ ଘର ସଜ୍ଜାର କେତେକ ବାସ୍ତୁ ଟିପ୍ସ ଜାଣିବା, ଯାହାକୁ ମାନିଲେ ବିପଦ ଆସି ନଥାଏ।

Traffic
ସଂଧ୍ୟାରେ ପଟିଆ ରାସ୍ତା ଦେଇ ଯିବାର ପ୍ଲାନ କରୁଛନ୍ତି କି ?

ଟ୍ରାଫିକ୍‌ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇ‌ନ୍‌ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍‌ କମିବାରେ ନା ନେଉନି। ଯଦି ଟ୍ରାଫିକ୍‌ ନିୟମ ମାନିକି ଯାଉଛନ୍ତି ତାହାଲେ ଡେରି ହେଉ ପଛରେ ଠିକ୍‌ରେ ଯାଇ ହେଉଛି । ଯଦି ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି ତେବେ କଥା ସରିଲା । ସିଗନାଲ ତ ମିଳିଥିବ କିନ୍ତୁ ଗାଡି ଆଗକୁ ବଢିପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ ।

Jatra artist Rani Priyadarshini mourns death of Actor Pintu Nanda
ଭୋ ଭୋ ହୋଇ କାନ୍ଦିଲେ ରାନୀ, କହିଲେ- ‘ଭାଇ କଥା ଦେଇଥିଲେ ସୁସ୍ଥ ହୋଇ ଫେରିବେ, ହେଲେ ଆମ ସମସ୍ତଙ୍କୁ ଠକି ଦେଲେ’

ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି।’

Odia Actor Pintu Nanda Passes Away
୪୭ ବର୍ଷରେ ଆଖି ବୁଜିଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ

ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ।  ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 02 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 02 March 2023
Mantu Chhuria
ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ‘ପବ୍‌ ଜି’ ଖେଳୁଥିଲା ସାଇବର ଠକ

ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।

Pradeep jena
ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ୧୦ ବଡ଼ ଚ୍ୟାଲେଞ୍ଜ !

ଶ୍ରୀମନ୍ଦିରରୁ ଆଶିଷ ନେବା ପରେ ଦାୟିତ୍ୱ ଗ୍ରହଣ କଲେ ବାବୁ ନମ୍ବର ୱାନ୍ ତଥା ମୁଖ୍ୟ ସଚିବ ପ୍ରଦୀପ ଜେନା ।

Chinmayee
ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ କେମିତି ହେଲା ମୃତ୍ୟୁ ? କ’ଣ ଘଟିଲା ବୁର୍ଲା ପାୱାର ଚାନେଲରେ ?

ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ୨୦ ଘଣ୍ଟା ପରେ ବି ଲାଗିରହିଛି ସସପେନ୍ସ ।

BJD - BJP
BJP-BJD ତୁତୁ ମେମେ ଭିତରେ ତେଜିଲା ଟୁଇଟ୍ ୱାର୍

ଲୋୟର ପିଏମ୍‌ଜି ଖଣ୍ଡଯୁଦ୍ଧ ପରେ ବିଜେପି-ବିଜେଡି ମୁହାଁମୁହିଁ । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପୋଲିସକୁ ଆକ୍ରମଣ କରାଯାଇଛି କହିଛି ବିଜେଡି ।

OBC Card
୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖେଳୁଛି କି ଜାତି କାର୍ଡ ? ସରକାର ଆଣିବେ କି ସ୍ପେଶାଲ ସ୍କିମ୍ ?

ଘୋଷଣାର ଦୀର୍ଘଦିନ ପରେ ଓବିସି ସର୍ଭେକୁ ଗ୍ରୀନ୍ ସିଗ୍ନାଲ । ପଛୁଆ ବର୍ଗର ଭୋଟ୍ ନେବାକୁ କସରତ ଆରମ୍ଭ ।

Plus Two Exam
+୨ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ! ପ୍ରଶ୍ନପତ୍ର ଲିକ୍ ଉପରେ କେବେ ଲାଗିବ ରୋକ୍?

ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ନକଲି କହିଲେ ମନ୍ତ୍ରୀ । ସାଇବର ଥାନାରେ ଗଣଶିକ୍ଷା ବିଭାଗର ଏତଲା ।

Litisha Mangat Panda
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇଲେ ୟୁଥ୍ ଆଇକନ୍‌ ଲିତିଶା ମଙ୍ଗତ

ଏଥିରେ ରାଜ୍ୟର ବିଶିଷ୍ଟ ମହିଳା ଓ ଯୁବତୀ ମାନଙ୍କ ସଫଳତାର ଯାତ୍ରା ସଂପର୍କରେ ଆଲୋଚନା କରାଯାଇଥିଲା ।

Sameer Das
ନକଲି ପ୍ରଶ୍ନପତ୍ର ଭାଇରାଲ ବିରୋଧରେ ଏତଲା, ଭରସା କରନ୍ତୁ ନାହିଁ କହିଲେ ମନ୍ତ୍ରୀ

ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।

Narasingh Mishra
‘ଭୁଲ୍ ତଥ୍ୟ ରଖି ଗୃହକୁ ବିଭ୍ରାନ୍ତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ’

ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଛନ୍ତି ବାଚସ୍ପତି ।

International Dahibara Aloodum Divas 2023
Dahibara Aloodum Divas : ଜାଣନ୍ତୁ, ଟ୍ୱିନ୍ ସିଟିର କେଉଁଠି ମିଳେ ଟେଷ୍ଟି ଦହିବରା ଆଳୁଦମ୍...

ଦହିବରା ଆଳୁଦମର ସ୍ୱାଦ ନିଆରା। ପ୍ଲେଟ୍‌ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ନାଳ ଆସିଯିବଣି। ଆଜି ମାର୍ଚ୍ଚ ୧ ତାରିଖ ଅନ୍ତର୍ଜାତୀୟ ଦହିବରା ଆଳୁଦମ ଦିବସ ଉପଲକ୍ଷେ ଆମେ ଟ୍ୱିନ୍ ସିଟିର ଏମିତି କିଛି ଜାଗାର ନାଁ କହିବା ଯେଉଁଠିକୁ ଆପଣ ଯାଇ ସୁସ୍ୱାଦୁ ଦହିବରା ଆଳୁଦମର ମଜ୍ଜା ନେଇପାରିବେ।

MLA SON
ଚର୍ଚ୍ଚାରେ ଦୁଇ ବିଷ୍ଣୁଙ୍କ ଦୁଇ ବିଧାୟକ ପୁଅ

ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।

Dharmendra Pradhan
ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୋଲିସର ଆକ୍ରମଣ, ଧର୍ମେନ୍ଦ୍ର କହିଲେ ଏହା ଅଶୋଭନୀୟ

ପୋଲିସର ଆକ୍ରମଣକୁ କଡ଼ା ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ପୋଲିସ ଅଧିକାରୀ ଏକପାଖିଆ ନିଷ୍ପତ୍ତି ନେଉଥିବା କହିଲେ ଧର୍ମେନ୍ଦ୍ର ।

Body of VSSUT girl who jumped off bridge recovered
କାହିଁକି ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ? ଏମିତି ଥିଲା ଶେଷ କେଇ ଘଣ୍ଟା...

୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ।