• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Nayagarh Marriage
ବାହା ବେଦିରେ ପହଞ୍ଚିଲା ପୋଲିସ୍‌...ଶିଶୁପାଳ ହେଲେ ୨ ବର

ବାହାଘର ବେଦୀ ଉପରେ ପୋଲିସକୁ ଦେଖି ସମସ୍ତେ ଡରି ଛାନିଆଁ ହୋଇଗଲେ l କିନ୍ତୁ କେହି କିଛି ଜାଣିପାରିଲେ ନାହିଁ କି କାହିଁକି ହଠାତ୍‌ ବନ୍ଦ ହେଲା ବାହାଘର। କିନ୍ତୁ ଘଟଣାର ଖୋଳତାଡ କରିବା ପରେ ଜଣାପଡିଲା କି ବାଲ୍ୟ ବିବାହ ହେଉଥିବାରୁ ବାହାଘର ବନ୍ଦ କରିବାକୁ ବେଦିରେ ପହଞ୍ଚିଥିଲା ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ । ବାହା ବେଦିରେ ବସିଥିବା ନାବାଳିକା କନିଆଁକୁ ଚାଇଲଡ଼ ଲାଇନ ଉଦ୍ଧାର କରିବା ପରେ ଶିଶୁପାଳ ହୋଇ ଫେରିଛନ୍ତି ୨ ବର l

Today Panchang
Today Panchang 26th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର, ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବୃଷ, ତିଥି – ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବିଛା, ଘାତ ବାର- ମେଷ, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨.୫୯ ଗତେ ୨ ପାଦ

  • Sunday, 26 February 2023
It’s now tough to meet CMs: BJD MLA Soumya Ranjan Patnaik
ସୌମ୍ୟଙ୍କ ତେରଛା ବାଣ- ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି। 

Accused DRDO officer sent to 4-day police remand
ପୋଲିସ୍‌ ରିମାଣ୍ଡରେ ‘ପାକିସ୍ତାନୀ ଗୁପ୍ତଚର’, ପାକ୍‌ ଯୁବତୀଙ୍କ ହନିଟ୍ରାପ୍‌ରେ ପଡ଼ି ତଥ୍ୟ ଲିକ୍‌ କରିଥିବା ଅଭିଯୋଗ

ହନିଟ୍ରାପ୍‌ରେ ପଡ଼ି ଚାନ୍ଦିପୁର ITR ରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ହନିଟ୍ରାପ୍‌ରେ ପଡ଼ି ପାକିସ୍ତାନର ଜଣେ ମହିଳାଙ୍କୁ ବାବୁରାମ ଚାନ୍ଦିପୁର ଆଇଟିଆର୍ ତଥ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 26 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 26 February 2023
Dakota
ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ !

କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।

Pintu Nanda
ସହାୟତା ପାଇଁ ପରିବାରର ଅପେକ୍ଷା; ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ପିଣ୍ଟୁ

ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି ।

Knife attack during marriage procession
ବରଯାତ୍ରୀ ନାଚରୁ ମହାଭାରତ; ମଙ୍ଗୁଳା କନ୍ୟା ମଥାରେ ଲାଗିଲାନି ସିନ୍ଦୂର

ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ ।

+2 Exam
୩ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା; ଆନ୍ଦୋଳନରେ ପରୀକ୍ଷକ

ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।

People scared for plastic rice found in PDS
ପିଏଡିଏସ୍‌ରେ ମିଳୁଛି ପ୍ଲାଷ୍ଟିକ୍ ଚାଉଳ; ଡରିଲେଣି ଲୋକେ

ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍‌ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…

Before general elections efforts in state budget to attract all categories
ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଆକୃଷ୍ଟ କରିବାକୁ ରାଜ୍ୟ ବଜେଟ୍‌ରେ ପ୍ରୟାସ

ନୂଆ ବଜେଟ୍‌ରେ ଅଣାଯାଇଛି ବିଭିନ୍ନ ସ୍କିମ୍। ଏହାକୁ କ୍ୟାମ୍ପେନ ମୋଡ୍‌ରେ ପ୍ରଚାର ପ୍ରସାର କରିବା ଲାଗି ଦଳୀୟ ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି କହିଛି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ଏଥିରେ କେବଳ କପି ପେଷ୍ଟ ଲାଗି ଉଦ୍ୟମ ହୋଇଛି।

Abika calender grand final of 2023
‘ଅବିକା’ ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ଫିନାଲ୍‌ରେ ଶୁଭାଙ୍ଗୀ ସାମନ୍ତ "ଫେସ୍ ଅଫ୍ ଦ ଇୟର"

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।

  • Saturday, 25 February 2023
Jagi Mangat Panda
କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ‘ମହାଗାଥା’ ପୁସ୍ତକ ଉନ୍ମୋଚିତ

ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।

GI Tag Demands For Nayagarh Famous Chhena Poda
ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି। ଏନେଇ ସରକାର ଶୀଘ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନୟାଗଡ଼ ବୁଦ୍ଧିଜୀବୀ। 

  • Saturday, 25 February 2023
  • GI Tag
Groom Squad Attacked To Bride Squad In Bolangir
ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ...

ବିବାହ ପ୍ରୋସେସନ୍‌ରେ ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ବୋହିଲା ରକ୍ତ ନଦୀ। କନ୍ୟାପକ୍ଷଙ୍କୁ ଛୁରୀ ଭୁସି ଦେଲେ ବରଯାତ୍ରୀ। ବରଯାତ୍ରୀଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି କନ୍ୟାପକ୍ଷ ବିବାହକୁ ବାତିଲ କରିଛନ୍ତି।

Govt School
ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ୍ ବୁକ୍

ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

Baragarh CDMO
ବରଗଡ଼ ସିଡିଏମ୍‌‌ଓଙ୍କ ଅଭିଯୋଗ...‘ ଜିଲ୍ଲାପାଳ ବାରମ୍ବାର ଖରାପ ବ୍ୟବହାର କରୁଛନ୍ତି, ଗାଳିଗୁଲଜ କରୁଛନ୍ତି '

୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍‌ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ । ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପାଟିରେ ତାଙ୍କୁ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ

Keonjhar Special Story
ଖେଳ ହେଲା କାଳ : ଖେଳୁ ଖେଳୁ ଜଙ୍ଘ ହାଡ଼ ଦୁଇଖଣ୍ଡ...ଏବେ ପରୀକ୍ଷା ଦେବ କେମିତି?

କେନ୍ଦୁଝର ତେଲକୋଇ ବ୍ଲକ କୁଣ୍ଢେଇହତା ଗାଁର ଦିନ ବିଶ୍ୱାଳ ଓ ସବିତା ବିଶ୍ୱାଳଙ୍କ ଝିଅ ପପିନ ବିଶ୍ୱାଳ । ସ୍ଥାନୀୟ ସିରିଗିଡା ଉଚ୍ଚ-ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ। ପାଠ ସହିତ ଖେଳରେ ଭାରି ମନ ତା’ର। ସେଇଥି ଲାଗି ତ ସ୍କୁଲର ପ୍ରତ୍ୟେକ ଖେଳରେ ଭାଗ ନିଏ ପପିନ୍‌ । ଡିସେମ୍ବର ୧୬ ତାରିଖ ଦିନ ସ୍କୁଲରେ ଖେଳ ଚାଲୁଥିବା ବେଳେ ପପିନ୍‌ ବି ଭାଗ ନେଲା ଆଉ ଲଙ୍ଗ ଜମ୍ପରେ ସାମିଲ ହେଲା।

Ollywood actor Pintu Nanda shifted to hyderabad
ମିଳିଲେନି ଡୋନର, ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ

ଚିକିତ୍ସା ପାଇଁ ହାଇଦ୍ରାବାଦ ଗଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

National Lavel Sports
ଜାତୀୟ କ୍ରୀଡ଼ାରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ

ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ଜାତୀୟ ମଞ୍ଚରେ world fitness federarion ପକ୍ଷରୁ ଆୟୋଜିତ ତିନିଟି ବର୍ଗରେ ବ୍ରୋଞ୍ଜ ଟାଇଟଲ ହାସଲ କରିଛନ୍ତି ଶ୍ରୀକ୍ଷେତ୍ର ବୋହୂ।

Old Man Allegedly Murder By Family Members In Ganjam
ଗଞ୍ଜାମରେ ପ୍ଲାନ୍‌, ଭୁବନେଶ୍ୱରରେ ଡିଲ୍‌: ହତ୍ୟା ପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ ମଧ୍ୟ ହୋଇଥିଲା।

  • Saturday, 25 February 2023
  • Murder
HighCourt on Constable
ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ ! ଅପରାଧିକ ମାମଲାର ତଦନ୍ତ କରିପାରିବେନି କନଷ୍ଟେବଲ

କୃତିତ୍ୱ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ ।

DJ - Car Accident
DJ ବାଜୁଥିଲା ବରଯାତ୍ରୀ ନାଚୁଥିଲେ, ମାଡ଼ିଗଲା କାର ! ଜଣେ ମୃତ

ଆହତଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତି କରାଯାଇଛି । ଖପ୍ରାଖୋଲ ପୋଲିସ ଘଟଣାର ତଦନ୍ତ କରୁଛି ।

EV Charging Station
ବର୍ଷକ ଭିତରେ ଖୋଲିବ ଆଉ ୧୦୦ EV ଚାର୍ଜିଂ ଷ୍ଟେସନ୍‌

କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ।

  • Saturday, 25 February 2023
  • EV
Tracking Device
ଆଶ୍ୱସ୍ତି ! ୩ ମାସ ଭିତରେ ଗାଡ଼ିରେ ଲଗାନ୍ତୁ ଟ୍ରାକିଂ ଡିଭାଇସ୍ ଆଉ ପ୍ୟାନିକ୍‌ ବଟନ୍‌

ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି ।