• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେମିତି ହେଲା ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ? ହତ୍ୟା ନା ଆଉ କିଛି ? ସମୟ ଯେତେ ଗଡ଼ୁଛି, ସେତେ ବଢ଼ୁଛି ଏହାକୁ ନେଇ ସସପେନ୍ସ । ଚିନ୍ମୟୀଙ୍କ ଗଳାରେ ଥିବା ଦାଗ ଏବେ ଅଧିକ ସନ୍ଦେହ ବଢ଼ାଇଛି । ପରିବାର ଲୋକେ ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି । ଚିନ୍ମୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।

ଗଳାରେ ଚିହ୍ନ କେମିତି ଆସିଲା? ତାଙ୍କ ସହ ସେ ଦିନ କଣ ଘଟିଥିଲା ବୋଲି ପ୍ରଶ୍ନ କରିଛନ୍ତି ବାପା ମାଆ । ଏପରିକି କିଛି ସମୟ ପରେ ଘରକୁ ଫେରିବା ନେଇ ଚିନ୍ମୟୀ ସୂଚନା ଦେଇଥିଲେ ।

ହେଲେ ବୁର୍ଲା ପାୱାର କେନାଲ ପାଖକୁ କେମିତି ପହଞ୍ଚିଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ ? ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରିତୀମାନଙ୍କ ବାପା ଗୃହ ବିଭାଗରେ ଜଣେ ଉଚ୍ଚ ପଦସ୍ତ ଅଧିକାରୀ । ତେଣୁ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ବାପା । ଘଟଣା ପରଠୁ ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

ଅଧିକ ପଢ଼ନ୍ତୁ: କାହିଁକି ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ? ଏମିତି ଥିଲା ଶେଷ କେଇ ଘଣ୍ଟା...

ସେପଟେ ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ ।

ଅନ୍ୟ ଏକ ଟିମ୍ ଚିନ୍ମୟୀଙ୍କ କଳାହାଣ୍ଡି ପୌତୃକ ଘରକୁ ଯିବେ । ସେହିପରି ତୃତୀୟ ଟିମ୍ ପୁରା ମାମଲାର ଅନୁଧ୍ୟାନ କରିବ । ବୁର୍ଲା ପାୱର ଚାନେଲରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ବୁର୍ଲା ପାୱାର ଚାନେଲ୍ ବ୍ରିଜର ହେବ ମାପଚୁପ୍ ।

କଳାହାଣ୍ଡି ମଦନପୁରରାମପୁରର ଚିନ୍ମୟୀ ଭିସୁଟରୁ INFORMATION AND TECHNOLOGY ବ୍ରାଞ୍ଚରେ ପାସଆଉଟ୍ ହୋଇଥିଲେ । ତିନି ଦିନ ତଳେ ସମାବର୍ତ୍ତନ ଉତ୍ସବରୁ ସାର୍ଟିଫିକେଟ୍ ପାଇଥିଲେ । ଏହାପରେ ବୁର୍ଲା ପାୱାର ଚାନେଲରୁ ତାଙ୍କ ମୃତଦେହ ମିଳିଥିଲା ।

(ରିପୋର୍ଟ- ଓଟିଭି ବ୍ୟୁରୋ)