Advertisment

ଓଡ଼ିଶାରୁ ୟୁପି...ସବୁଠି ଲମ୍ବିଛି ନକଲି ମେଡିସିନ୍‌ ଚେର, ୭ କୋଟିରୁ ଅଧିକ ଟଙ୍କାର ନକଲି ମେଡିସିନ୍ ଜବତ

ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍‌ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍‌ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Duplicate Medicines Seized From Uttar Pradesh

Huge Amount Of Duplicate Medicines Seized From Uttar Pradesh

ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍‌ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍‌ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି। ଚଢ଼ାଉ ବେଳେ ୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି। ବରଗଡ଼, ଝାରସୁଗୁଡ଼ା ଜିଲ୍ଲାରୁ ଜବତ ହୋଇଥିବା ନକଲି ମେଡିସିନ୍‌ ଲିଙ୍କ୍‌ ଓ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସୂଚନା ଆଧାରରେ ‍ଫେବୃଆରୀ ୧ରେ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା। ସିଗ୍ରା ଥାନା ଅଞ୍ଚଳରେ ଏହି ରେଡ୍‌ ହୋଇଥିଲା।

Advertisment

ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସିକନ୍ଦରାବାଦ ଥାନା ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କୁ ଗିରଫ କରାଯାଇଛି। ତାଙ୍କ ଗୋଦାମରୁ ଓଡ଼ିଶାକୁ ନକଲି ଔଷଧ ଆସୁଥିଲା ବୋଲି ଜଣାପଡ଼ିଛି। ଏନେଇ ଅଶୋକ ସ୍ୱୀକାର ମଧ୍ୟ କରିଛନ୍ତି। ସେ ଦେଇଥିବା ସୂଚନା ଅଧାରରେ ଲାହାରଟାରା ଥାନା ଅଞ୍ଚଳରେ ମଧ୍ୟ ରେଡ୍‌ ହୋଇଥିଲା। ଏହି ରେଡ୍‌ ବେଳେ ୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି। ଏହପରେ ଅଶୋକଙ୍କୁ ପଚରାଉଚରା ଜାରି ରହିଛି। ଏହାସହ ଘଟଣାସ୍ଥଳରୁ ୪ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି। 

ସୂଚନାଥାଉ କି, କିଛିଦିନ ପୂର୍ବେ କଟକ ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ନକଲି ମେଡିସିନ ଜବତ ହୋଇଥିଲା।  ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଥିଲା। 

Advertisment
Duplicate Medicines
Advertisment
Advertisment