ମାର୍ଚ୍ଚରୁ ମେ’ ତ୍ରାହି ନାହିଁ। ଆକାଶରୁ ଖସିବ ନିଆଁ ଖଣ୍ଡ ! ଉପକୂଳରୁ ଉପାନ୍ତ ସବୁଠି ହେବ ଅଗ୍ନି ବର୍ଷା। ଏହି ୩ ମାସ ତାପମାତ୍ର ସ୍ଵାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିପାରେ।
କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି
ଖୁବ୍ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ ପାଇଁ ମେଗା ନିଯୁକ୍ତି ମେଳା ଲଞ୍ଚ୍ କରିବାକୁ ଯାଉଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ବାହାଘରର କିଛି ଘଂଟା ପୂର୍ବରୁ ପୁଣି ଥରେ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରରେ। ଏବେ ପୁଣିଥରେ ବାହାଘର ପୂର୍ବରୁ ଫେରାର ମାରିଛି ମଙ୍ଗୁଳା କନିଆଁ । ବଲାଙ୍ଗିର ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁର ଝିଅ ବାହାଘର ହେବାରେ ଥିଲା। ରିତିକାନ୍ତି ଅନୁସାରେ ହଳଦୀ କାର୍ଯ୍ୟକ୍ରମ ବି ସରିଯାଇଥିଲା
ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ। ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର। ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ ଆସିଥିଲେ। ଶାଶୂଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କହିଥିଲା ଝିଅ। ବାସ୍ ସବୁ ଜାଣିବା ପରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାପଘର ପାଖକୁ ଡାକିଥିଲେ ବାପଘର ଲୋକ।
ମା’ ସ୍କୁଲ୍ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୨୯୦ ଟଙ୍କା ହୋଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଅସୁବିଧା ପରେ ବି ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଆଣିଛନ୍ତି ତିନୋଟି ମେଡାଲ। ଫେବୃଆରୀ ୯ ତାରିଖରେ ବିହାର ପାଟନାରେ ଆୟୋଜିତ ନେସନାଲ ଇଣ୍ଟର ଜୁନିୟର ଆଥେଲେଟିକ ମିଟରେ ଓଡିଶାରୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଇଭେଣ୍ଟ ଯଥା ୫ହଜାର, ୩ହଜାର, ୧୫ଶହ ରନରେ ଚମ୍ପିୟନ ହୋଇଛନ୍ତି ଆଦର୍ଶ।
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକୁ କିଭଳି ସଫଳ ଭାବେ କାର୍ଯ୍ୟକରୀ କରାଯିବ ତାର ରୋଡମ୍ୟାପ ପ୍ରସ୍ତୁତ କରିବେ ମୁଖ୍ୟ ସଚିବ।
ବ୍ରିଜ୍ରୁ ଡେଇଁଲେ ଭିସୁଟ୍ ଛାତ୍ରୀ। ବୁର୍ଲା ଭିସୁଟ୍ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍ ବ୍ରିଜ୍ରୁ ପାଣିକୁ ଡେଇଁ ନିଖୋଜ ଥିବା ସୂଚନା ମିଳିଛି।
ଆଜିଠାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଏଥର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଧାନସଭା ବାହାରେ ଓ ଭିତରେ ବିଜେପିର ଗର୍ଜନ । ନବ ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି କଂପିଥିଲା ବିଧାନସଭା ।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।
ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ । ଝାରସୁଗୁଡ଼ାରେ ଜୋର ଧରିଲାଣି ରାଜନୈତିକ ବୟାନବାଜି ।
କ୍ରାଇମବ୍ରାଞ୍ଚ ସତ ଲୁଚାଇ ବାଟବଣା କରୁଥିବା ଅଭିଯୋଗରେ ବର୍ଷିଲେ ବିରୋଧୀ । ନବ ହତ୍ୟା ତଦନ୍ତର ଗତିକୁ ନେଇ ସନ୍ଦେହରେ କ୍ରାଇମବ୍ରାଞ୍ଚ ।
ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନାରେ ସାମିଲ ହେବେ ଅଧ୍ୟାପକ । ୬୬୨ ବର୍ଗ ଅଧ୍ୟାପକ ରାଜି ହେବାରୁ ଆଶ୍ବସ୍ତ ହେଲେ ରାଜ୍ୟ ସରକାର ।
ବର୍ଷା ରାଇକର, କମ୍ୟୁନିଟି ରେଡିଓ 'ରେଡିଓ ବୁନ୍ଦେଲଖଣ୍ଡ'ର ଏକମାତ୍ର ମହିଳା ଜକି। ମଧ୍ୟପ୍ରଦେଶର ଓର୍ଚ୍ଛା ସହର ଓ ତା'ର ଆଖପାଖ ଅଞ୍ଚଳରେ ଏଇ ଝିଅଜଣଙ୍କର ସ୍ୱର ସମସ୍ତଙ୍କର ଅତି ପରିଚିତ। ୨୦୧୭ ମସିହାରୁ ଏଇ ସ୍ୱରଟି ଆଖପାଖ ଶହେରୁ ଅଧିକ ଗାଁର ଲୋକମାନଙ୍କୁ ପରିବେଶର କ୍ଷୟକ୍ଷତି ଓ ତା'ର ସୁରକ୍ଷା ନେଇ ସଚେତନ କରାଇ ଆସୁଛି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ…
ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି ।
ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।
ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ବି ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା ।
ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ନିକଟସ୍ଥ ଏକ ସ୍କୁଲରେ ପିଲାଙ୍କ ପାଠପଢା ଲାଗି ବ୍ୟବସ୍ଥା କରାଇଛନ୍ତି।
ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍ କରିବା ପରେ ଡିସକସ୍, ଜାଭେଲିନ୍, ପୋଲ ଭୋଲ୍ଟ ପ୍ରାକ୍ଟିସ୍ ଆରମ୍ଭ କରିଦିଅନ୍ତି ।କେବଳ ନିଜେ ପ୍ରାକ୍ଟିସ୍ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ ଦିଅନ୍ତି । ଦୀର୍ଘ ୧୫ବର୍ଷ ହେଲା ଯୁବକଯୁବତୀଙ୍କୁ ମାଗଣାରେ ଟ୍ରେନିଂ ଦେଇଆସୁଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କଠାରୁ ଟ୍ରେନିଂ ପାଇ ଅନେକ କ୍ରୀଡାବିତ୍ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଅନେକ ଆର୍ମୀ, ପୋଲିସ ତଥା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଚାକିରି ବି ପାଇସାରିଛନ୍ତି ।
ବୌଦ୍ଧ ଜିଲ୍ଲାର ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପ ପ୍ରାୟ ୨୩ ଗୋଟି ପଞ୍ଚାୟତର ୨୧୬ ଗୋଟି ଗ୍ରାମର ୨୦,୯୧୭ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗଇଦେବା ଲକ୍ଷ ରଖାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । କିନ୍ତୁ ମୁଖ୍ୟ ସାଲୁଙ୍କି ଆନ୍ନିକଟ ଶଯ୍ୟା ପୋତି ହେବା ଫଳରେ ଜଳ ଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଆନ୍ନିକଟର ଉଭୟ ପାର୍ଶ୍ଵର ମୁଖ୍ୟ କେନାଲ ପୋତି ହେବା ସହ ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ସବୁ ଭାଙ୍ଗିରୁଜି ଗଲାଣି ।