ମାର୍ଚ୍ଚ ୧ ତାରିଖରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ରାତି ୧୧ଟା ୨୫ ମିନିଟ୍ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା ।
ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ହେଲା ଅନ୍ତିମ ସତ୍କାର । ଜଣେ ଓଡ଼ିଆ କଳାକାରଙ୍କୁ ସରକାରଙ୍କ ଅଣଦେଖା ନେଇ ବିଭିନ୍ନ ବର୍ଗର ନିନ୍ଦା ।
ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।
ହେଲେ ମୃତ୍ୟୁ ଆଗରେ ମିଛ ହୋଇଗଲା ସବୁ ପ୍ରତିଶ୍ରୁତି । ଅଫେରା ରାଇଜକୁ ଫେରିଯାଇଛନ୍ତି ପୋଖତ ଅଭିନେତା ପିଣ୍ଟୁ ନନ୍ଦ ।
ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।
ପିଣ୍ଟୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଭୋ ଭୋ ହୋଇ କାନ୍ଦିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ‘ଭାଇ ମୋତେ କଥା ଦେଇଥିଲେ, ମୁଁ ସୁସ୍ଥ ହୋଇ ଫେରିବି।’
ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ରାତି ୧୧ଟା ୨୫ ମିନିଟ୍ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଚିକିତ୍ସା ପାଇଁ ହାଇଦ୍ରାବାଦ ଗଲେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ILBSରେ ତାଙ୍କର ଚିକିତ୍ସା କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଛି।