Advertisment

ନାକରେ ପାଣି ପୁରାଇଲାଣି ବାଘ, ସତର୍କ ରହିବାକୁ ବନ ବିଭାଗର ସଚେତନ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Leopard strays into residential area

ବନ ବିଭାଗ ଘେରାଉ କରିଥିବା ଜାଲରୁ ଖସି ପଳାଇଲା ବାଘ । ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜର ଗେଲେବାହାଲ ଗାଁକୁ ପଶି ଆସି ଲୋକଙ୍କ ନିଦ ହଜେଇ ଦେଇଥିବା କଲରାପତରିଆ ବାଘକୁ ଧରିବାକୁ କାଲି ଅପରାହ୍ଣ ୩ଟାରୁ ଅପରେସନ୍ ଆରମ୍ଭ କରି ଦେଇଥିଲା ବନ ବିଭାଗ ।

Advertisment

ଜାଲ ଆସିଥିଲା, ଜନ୍ତା ସହ ବାଘ ଆଗରେ ଥୋପ ପକେଇବାକୁ ଆହାର ଛେଳି ଥିଲା । ଅନ୍ୟ ସରଞ୍ଜାମ ସହ ଟ୍ରାଙ୍କୁଲାଇଜ୍ ଟିମ୍ ବି ରେଡ୍ଡି ରହି ବାଘକୁ କାବୁ କରିବାକୁ ଅପରେନ୍ ଚାଲିଥିଲା । ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ମହାବଳ ବାଘ, ଡେବ୍ରିଗଡ଼ ଓ ଘଟଗାଁ ରେଞ୍ଜରୁ ଆସିଲା ଫଟୋ

ତେବେ ଯୋଜନା ମୁତାବକ ରାତିରେ ବାଘ ଛପିଥିବା ବୁଦା ଚାରିପାଖ ଜାଲ ଘେରେଇ ବନ ବିଭାଗ ବାଣ ଫୁଟାଇବାରୁ ବୁଦାରେ ନିଆଁ ଲାଗିଗଲା ।ଆଉ ଏତିକିବେଳେ ହଠାତ୍ ବାଘଟି ବନ ବିଭାଗର ପ୍ଲାନକୁ ଚକମା ଦେଇ ଅନ୍ୟ ବୁଦାକୁ ଡେଇଁ ଚାଲିଗଲା ।ବାସ୍ ତା ପରଠୁ ଏବେ ଯାଏଁ ଆଉ ବାଘର ଖୋଜଖବର ନାହିଁ ।ତେବେ ଆଜି ସକାଳୁ ପୁଣି ବାଘ ଖୋଜା ଅଭିଯାନ ବେଳେ ପାହଡ଼ ତଳେ ଥିବା ଏକ ଜଳାଶୟ ନିକଟରେ କେବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି ।

Advertisment

ବନବିଭାଗ ଅନୁମାନ କରୁଛି ରାତିରେ ପାଣି ପିଇବାକୁ ହୁଏତ ଏ ଜଳାଶୟକୁ ଆସିଛି । ହେଲେ ଏହା ପରେ ସେ ବୁଦାକୁ ଫେରିଛି ନାଁ ଅନ୍ୟ କେଉଁ ଜଙ୍ଗଲକୁ ପଳେଇଛି, ତାର ସନ୍ଧାନ ଚାଲିଛି । ବାଘ ଏବେ କୁଆଡ଼େ ଯାଇଛି, କେଉଁଠି ଅଛି କେହି ଦେଖି ନାହାନ୍ତି । ତେଣୁ ନିକଟ ଅତୀତରେ କେବେ ବି ଏ ଅଞ୍ଚଳରେ ବାଘ ଦେଖି ନଥିବା ଲୋକଙ୍କୁ ଭୟ ଓ ଆଶଙ୍କା ଘାରିଛି ।

କାଲି ସକାଳୁ ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଥିଲେ ବି ଏବେଯାଏଁ ବାଘଟି କାହାରି କୌଣସି କ୍ଷତି କରିନାହିଁ ।ଅପରପକ୍ଷେ ଆଖପାଖରେ ସେଭଳି ଘଞ୍ଚ ଜଙ୍ଗଲ ନଥିବାରୁ କଲରାପତରିଆ ବାଘଟି କୁଆଡ଼ୁ ଆସିଲା, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ଝାଡ଼ଖଣ୍ଡ ପଟ ଜଙ୍ଗଲ କିମ୍ବା ବାମରା ରିଜର୍ଭ ଫରେଷ୍ଟରୁ କୌଣସି ମତେ ବାଘଟି ଚାଲି ଆସିଥିବାର ଅନୁମାନ କରାଯାଉଥବା ଏବଂ ଅପରସେନ୍ ନ ସରିବା ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ସଚେତନ କରିଛି ବନ ବିଭାଗ ।

ସୁନ୍ଦରଗଡ଼ରୁ ବିଜୟ ବରୁଆଙ୍କ ରିପୋର୍ଟ, ଓଟିଭି

Tiger Attack Leopard Residential Area
Advertisment
Advertisment