ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି।
ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି।
ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍ କମ୍ପାନୀର ମେଡିସିନ୍କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା।