Advertisment

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ, ସାମ୍ନାକୁ ଆସିଲା କାରଣ...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Why Gopal Das Killed Minister Naba Das Revealed

Why Gopal Das Killed Minister Naba Das Revealed

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି। ବ୍ୟକ୍ତିଗତ କାରଣରୁ ନବଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ଗୋପାଳ ସ୍ୱୀକାର କରିଛି। ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି। ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା ଉପରେ କ୍ରାଇମ୍‌ବ୍ରାଞ୍ଚ ଜୋର ଦେଇଛି।

Advertisment

ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ସମେତ ଅନ୍ୟ ସମସ୍ତ ପରୀକ୍ଷା ରିପୋର୍ଟକୁ ତଦନ୍ତକାରୀ ସଂସ୍ଥା ଅପେକ୍ଷା କରିଛି। ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ମଧ୍ୟରେ ଏହା କୋର୍ଟରେ ଦାଖଲ ହୋଇପାରେ। ଏହାପରେ ରିପୋର୍ଟ ଗୁଡ଼ିକର ନକଲ ପାଇବାକୁ କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା: ପ୍ଲାନ୍‌ଡ ମର୍ଡର କହି ବର୍ଷିଲେ ତାରା, ସୁଶାନ୍ତଙ୍କୁ ତଦନ୍ତ ପରିସରକୁ ଆଣିବାକୁ ସାଲୁଜାଙ୍କ ଦାବି

Advertisment

ଏହା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅରୁଣ ବୋଥ୍ରା ଏକାଧିକ ଥର ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟି ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି । ତଦନ୍ତ ଠିକ୍‌ ଢଙ୍ଗରେ ଚାଲିଛି ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ୍‌ ଦାଖଲ ହେବ ବୋଲି ଜଣାପଡ଼ିଛି। ଗୋପାଳ ଦେଇଥିବା ବୟାନର ସତ୍ୟାସତ୍ୟ ଯାଞ୍ଚ ପରେ କେଉଁ ବ୍ୟକ୍ତିଗତ କାରଣରୁ ସେ ମନ୍ତ୍ରୀଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Naba Das Minister Naba Das
Advertisment
Advertisment