• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଲାମ ହୋଇଛି ମରିଚି କୁଣ୍ଡ ଜଳ । ବିଶ୍ୱାସ ରହିଛି ସନ୍ତାନ ସନ୍ତତି ହେଉନଥିବା ମହିଳା ମରିଚିକୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି । ସେଥିପାଇଁ ଗତକାଲି ରାତି ୧୧ଟାରୁ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲାଗିଥିଲା ପ୍ରବଳ ଭିଡ଼ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ  ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଥାଏ । ଏହା ପରେ ଆରମ୍ଭ ହୋଇଥାଏ ମରିଚିକୁଣ୍ଡ । ଜଳ ନିଲାମୀ ପ୍ରକ୍ରିୟା ।

ରୁକୁଣା ରଥ ପ୍ରତିଷ୍ଠା ପୂର୍ବରୁ ରାତିରେ ନିଲାମ ହେଲା ମରୀଚିକୁଣ୍ଡ ପାଣି । ପ୍ରଥମ ଗରା ପାଣି ୩୦ ଓ ଦ୍ୱିତୀୟ ଗରା ୧୬ ହଜାରରେ ନିଲାମ । ମୋଟ ୩୧ ଗରା ଜଳ ନିଲାମ ହୋଇଥିବା ବଡ଼ୁ ନିଯୋଗର ସୂଚନା । ସନ୍ତାନ ପ୍ରାପ୍ତିର ଆଶା ନେଇ ନିଲାମରେ ପାଣି କିଣିଲେ ମହିଳା ।

ଚୈତ୍ର ମାସ ଶୁକ୍ଲପକ୍ଷ ବିଳମ୍ବିତ ରାତିର ପବିତ୍ର ମୁହୂର୍ତ୍ତରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ପ୍ରସିଦ୍ଧ ମରିଚି କୁଣ୍ଡ ଜଳର ନିଲାମ ହୋଇଛି । ମରିଚିକୁଣ୍ଡ ଜଳ ପ୍ରଭୁ ଶିବଙ୍କ କୃପାରେ ପରିପୂର୍ଣ୍ଣ ରହିଥାଏ ବୋଲି ବିଶ୍ୱାସ ରହିଛି । ନେତ ଉତ୍ସବର ଶୁଭ ମୁହୂର୍ତ୍ତରେ ମରିଚି କୁଣ୍ଡ ଜଳରେ ଠାକୁରଙ୍କ ଶକ୍ତି ଉଜ୍ଜିବୀତ ହୋଇଉଠେ । ଏହି ସମୟରେ କୁଣ୍ଡର ପବିତ୍ର ଜଳରେ ନିସନ୍ତାନ ନାରୀ ସ୍ନାନ କଲେ ନିଶ୍ଚିତ ସନ୍ତାନପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।

ଶ୍ରୀଲିଙ୍ଗରାଜ ସେବାୟତ ସଂଘ ବଡ଼ୁ ନିଯୋଗ ପକ୍ଷରୁ ପ୍ରତିବର୍ଷ ଏହି ପବିତ୍ର ଜଳ ନିଲାମ କରାଯାଏ । କୋଭିଡ୍‌ କଟକଣା ଯୋଗୁ ୨ ବର୍ଷ ହେବ ଏହି ନିଲାମରେ ବାଧା ସୃଷ୍ଟି ହୋଇଥିଲା । ରଥ ପ୍ରତିଷ୍ଠା ପାଇଁ କୁଣ୍ଡରୁ ପବିତ୍ର ଜଳ ଉତ୍ତୋଳିତ ହେବା ପରେ ରାତି ପ୍ରାୟ ୧୨ରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନିଲାମ ଡାକ ହୋଇଥିଲା ।