• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ମୟୂରଭଂଜ, ବାଲେଶ୍ୱର, ଭଦ୍ରକକେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲା ରେ ବର୍ଷା ସମ୍ଭାବନା ରହିଛି । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ବେଳେ ଆସନ୍ତାକାଲିଠୁ ଏହାର ପ୍ରଭାବ ଦେଖିବାକୁ ମିଳିବ ।

କାଲିଠୁ ଏପ୍ରିଲ୍ ପହିଲା ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼-ପବନ ସମ୍ଭାବନା ରହିଛି। ୩୧ରେ ସର୍ବାଧିକ ପ୍ରଭାବ ପଡ଼ିବ । ଝଡ଼-ପବନ ସହ ୭ରୁ ୧୧ ସେମି ବର୍ଷା ଏବଂ ବିଜୁଳି ଘଡଘଡି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତକାଲି କାଳବୈଶାଖୀ ବର୍ଷାରେ ଭୁବନେଶ୍ୱର ସିଆରପି ଛକରେ ବନ୍ୟା ସ୍ଥିତିର ଭ୍ରମ ସୃଷ୍ଟି ହୋଇଥିଲା । ସାମାନ୍ୟ ବର୍ଷାରେ ସିଆରପି ଛକଠାରୁ ଇସ୍କନ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ପାଣି ଭରି ଯାଇଥିଲା । ପ୍ରବଳ ବର୍ଷାରୁ ରାସ୍ତାରେ ଗୋଟିଏ କାରର ଅଧା ବୁଡି ଯାଇଥିଲା। ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନେକ ସମୟ ଧରି ଗାଡି ଗୁଡିକ ରାସ୍ତାରେ ଅଟକି ରହିଥିଲା । ତେବେ ରାସ୍ତାରୁ ପାଣି ହଟିବା ପରେ ଗାଡି ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା ।