ସିଟି ଜିଏସଟି ରେଡ୍ ପରେ ହରପ୍ରସାଦ ଚାପଗ୍ରସ୍ତ ଥିବା ସୂଚନା । ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ଭାଇ ।
ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।
ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ବାଣିକ ଇନଷ୍ଟିଚ୍ୟୁଟ୍ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି
ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।
ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍ଟି ବିଭାଗର ଖୋଳତାଡ଼ ।
ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା।
ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।