• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା । ନୀତିକାନ୍ତିରେ ଅହେତୁକ ବିଳମ୍ବ ପରେ ଆଜି ରଥଟଣାରେ ପ୍ରାୟ ୧ ଘଣ୍ଟା ୪୫
ମିନିଟ୍ ଡେରିରେ ଆରମ୍ଭ ହୋଇଥିଲା ।

୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ଦିନ ତମାମ ଚଳଚଳଞ୍ଚଳ ହୋଇଥିଲା ଏକାମ୍ର କ୍ଷେତ୍ର ।

ରୁକୁଣା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥଲେ ।