/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680100673.jpg)
Jharsuguda By Polls
ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ଭୋଟ ଗ୍ରହଣର ତାରିଖ । ମେ ୧୦ ଭୋଟ ଓ ୧୩ ତାରିଖରେ ହେବ ଗଣତି । ନବ ଦାସଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଥିଲା । ତେବେ ବିଜେଡି ରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଲି ଦାସ ଓ ବିଜେପି ରୁ ରାଜ୍ୟ ସଂମ୍ପାଦକ ଟଙ୍କଧର ତ୍ରିପାଠୀ ରେସ୍ ଆଗରେ ରହିଛନ୍ତି । କଂଗ୍ରେସ ରୁ ଅନେକ ନାଁ ଉପରେ ବିଚାର ବିମର୍ଷ ଚାଲିଛି । ଏସବୁ ଭିତରେ ନବ ଦାସ ହତ୍ୟା କାଣ୍ଡ ହିଁ ଏଥର ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି ।
ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ହେବ ଭୋଟ, ଆଉ ୧୩ ତାରିଖରେ ହେବ ଗଣତି । ଏଥିପାଇଁ ଏପ୍ରିଲ୍ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆଉ ୨୦ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବଳେ ୨୧ ତାରିଖରେ ଯାଂଚ, ୨୪ ତରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କରିବା ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ଆଉ ଏବେ ଭୋଟ ହେବାକୁ ଯାଉଛି । କିରିମିରା, ଲଇକେରା, କୁଲାବିରା, ଝାରସୁଗୁଡା ବ୍ଲକ ଓ ଝାରସୁଗୁଡା ପୌର ପରିଷଦର ୨୪ ୱାର୍ଡକୁ ନେଇ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ । ଗତ ପଂଚାୟତ ନିର୍ବାଚନରେ ୫ଟି ଜିଲ୍ଲା ପରଷଦ ଓ ପୌର ନିର୍ବାଚନରେ ଝାରସଗୁଡା ପୌର ପରିଷଦ ଦଖଲ କରିଥିଲା ବିଜେଡି ।
ନବ ଦାସ ୨୦୦୯, ୨୦୨୧୪ କଂଗ୍ରେସରୁ ବିଧାୟକ ହୋଇଥିବାବେଳେ ୨୦୧୯ ପୂର୍ବରୁ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହୋଇ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ବି ଥିଲେ । ତେବେ ତାଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନରେ ଲଢେଇ ଜୋରାଦର ହେବ । କାରଣ ନବ ଦାସ ହତ୍ୟା କାଣ୍ଡକୁ ନେଇ ବିରୋଧୀ-ଶାସକ ଦଳ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆଉ ଆଗ୍ରେସିଭ୍ ମୁଡରେ ରହିଛି ବିଜେପି ।
ସେପଟେ ବିଜେଡିରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଲି ଦାସ ବିଜେଡିରୁ ଓ ବିଜେପିରୁ ବିଜେପି ରାଜ୍ୟ ସଂମ୍ପାଦକ ଟଙ୍କଧର ତ୍ରିପାଠୀ ରେସ୍ ଆଗରେ ରହିଛନ୍ତି । ଆଉ କଂଗ୍ରେସରରୁ ପୂର୍ବତନ ବିଧାୟକ ବିରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଜିଲ୍ଲା ସଭାପତି ଅଶୋକ ମିଶ୍ର, ଗତଥର ପ୍ରାର୍ଥୀ ହୋଇଥିବେ ମହେନ୍ଦ୍ର ନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡା ଉପ ନିର୍ବାଚନ ସେମିଫାଇନାଲ୍ ହେବ । ଗୋଟିଏ ପଟେ ବିଜେପିର ନୂଆ ମଙ୍ଗୁଆଳ ମନମୋହନ ସାମଲ ହୋଇଛନ୍ତି । ବିଜେଡି ତାର ପର୍ଯ୍ୟବେକ୍ଷକ ଟିମ୍ ପରିବର୍ତ୍ତନ କରିଛି । ଆଉ ଏବେ ବିଜେପି-ବିଜେଡି ଟକ୍କରା- ଟକ୍କରୀ ସ୍ଥିତିରେ ରହିଛନ୍ତି । ତେଣୁ କାହାକୁ ସଫଳତା ମିଳୁଛି ତା ଉପରେ ନଜର ରହିଛି ।
(ରିପୋର୍ଟର - ଝାରସୁଗୁଡାରୁ ଭାଗିରଥୀ ସାହୁ, ଭୁବନେଶ୍ୱରୁ ଚନ୍ଦନ ପାଇକରାୟ ଓ ହରିହର ଚାନ୍ଦ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)