Advertisment

ଜାଲ୍‌ ସାର୍ଟିଫିକେଟ୍ ପଛରେ ସରକାରୀ ଦଳର ହାତ ! ବିଧାନସଭାରେ ବର୍ଷିଲେ ବିରୋଧୀ

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Fake Certificates

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍ ରାକେଟ୍ ପଛରେ ବି ସରକାରୀ ଦଳର ହାତ । ବିଜେଡି ର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏ କଳା କାରବାର । ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ । ବିଜେଡିର ବଲାଙ୍ଗିର ଜିଲ୍ଲା ପ୍ରଭାରୀ ସୁଶାନ୍ତ ସିଂଙ୍କ ସହ ଜାଲ ସାର୍ଟିଫିକେଟ୍ ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କ ଏକ ଫଟୋ ଦେଖାଇ ଏହା ପଛରେ ସରକାରୀ ଦଳର ସଂପୃକ୍ତି ଉଲ୍ଲେଖ କରିଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ଅଭିଯୋଗ ନେଇ ଜବାବ ରଖିଛି ବିଜେଡି । ଅନ୍ୟପଟେ ବଲାଙ୍ଗିର ପୋଲିସ ଏ ଘଟଣାରେ ମୋଟ ୧୯ ଜଣଙ୍କୁ ଗିରଫ କରିଥିବା ବେଳେ ନେଟୱର୍କର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଯୋଜନା କରୁଛି ।

Advertisment

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ । ବଲାଙ୍ଗିର ନକଲି ସାର୍ଟିଫିକେଟ୍ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଗରିଫ ପରେ ଏହା ପଛରେ ବି ବିଜେଡିର ସଂପୃକ୍ତି ଅଭିଯୋଗ ଆଣି ବିଧାନସଭାରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ସହ ବିଜେଡିର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କ ସହ ଥିବ ଏକ ଫଟୋ ଦେଖାଇ ସରକାରୀ ଦଳ ଛତ୍ରଛାୟା ତଳେ ଏ ବେଧଡ଼କ କଳା କାରବାର ଚାଲିଥିବା ବିଜେପି ଗୃହ ବାହାରେ ଅଭିଯୋଗ କରିଥିଲା । ଏ ଫଟୋ ହିଂ ସରକାରୀ ଦଳର ସଂପୃକ୍ତିକୁ ଦର୍ଶାଉଥିବା, ସିଣ୍ଡିକେଟ ପଛରେ ଏକ ବଡ଼ ଷଡ଼ଯନ୍ତ୍ର କାମ କରୁଥିବା ଏବଂ ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଜେପି ଅଭିଯୋଗ କରିଛି ।

Advertisment

ସେପଟେ ବଲାଙ୍ଗିର ଜାଲ ସାର୍ଟିଫିକେଟ୍ ସିଣ୍ଡିକେଟର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ତନାଘନା କରୁଛି ପୋଲିସ । ଜିଲ୍ଲାର ବଛା ବଛା ଅଫିସରଙ୍କୁ ନେଇ ବଲାଙ୍ଗିର ଏସପି ଗଠନ କରିଛନ୍ତି ୪ଟି ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ସ ରାକେଟ୍ ସହ ଜଡ଼ିତ ସାଇବର କ୍ରାଇମ୍, ଜିଲ୍ଲା ଭିତରେ ଥିବା ମନୋଜ ମିଶ୍ରର ନେଟୱର୍କ ସମ୍ପର୍କରେ ଖୋଳତାଡ଼, କାରବାରରେ ଜଡ଼ିତ ଥିବା ଜିଲ୍ଲା ଭିତରର ଦଲାଲଙ୍କୁ ଠାବ ସହ ଆଉ ଏକ ଟିମ୍ ରାଜ୍ୟ ବାହାରକୁ ଯାଇ ମନୋଜ ମିଶ୍ରର ସହଯୋଗୀଙ୍କୁ ଧରିବାକୁ ନକ୍ସା ତିଆରି କରିଛି ।

ତେଣେ ମନୋଜ ମିଶ୍ରଠୁ ବାହାର ରାଜ୍ୟର ମାଧ୍ୟମିକ ଶିକ୍ଷା ବୋର୍ଡ ନାଁରେ ଜାଲ ସାର୍ଟିଫିକେଟ୍ ହାତେଇଥିବା ବଲାଙ୍ଗିର ସହରର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ନାଁ ବି ସାମ୍ନାକୁ ଆସିଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଥିବା ବବଲୁ ମହାନନ୍ଦ ହାତେଇଛି ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀନ୍ନ ହୋଇଥିବାର ସାର୍ଟିଫିକେଟ୍ ଓ ମାର୍କସିଟ୍ । ତେବେ ସେ କେଉଁ ଉଦ୍ଦେଶ୍ୟରେ ଏ ସାର୍ଟିଫିକେଟ୍ ନେଇଛି, ସେ ନେଇ ବି ଛାନଭିନ୍ କରୁଛି ପୋଲିସ ।

ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ବଲାଙ୍ଗିରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ, ଓଟିଭି

BJD Fake Certificate Fake Certificate Racket
Advertisment
Advertisment