• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୫୦ ଲକ୍ଷ ପାଇଁ ନାବାଳକକୁ ହତ୍ୟା । ଝାରସୁଗୁଡ଼ା ସରବାହାଲ ଅଂଚଳରୁ ଅପହରଣ ହୋଇଥିବା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଝାରସୁଗୁଡ଼ାରୁ ଅପହରଣ ପରେ ବରଗଡ଼ରେ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ । ୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି । ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ଘଟଣା ସଂପର୍କରେ ଝାରସୁଗୁଡ଼ା ଏସ୍‌ପି  ଏହି ସୂଚନା ଦେଇଛନ୍ତି ।

ଗତ ୨୭ ତାରିଖରେ ଜନୈକ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିଲା । ପୁଅକୁ ଅପହରଣକରି ୫୦ ଲକ୍ଷ ମଗାଯାଉଥିବା ଅଭିଯୋଗ ହୋଇଥିଲା । ପରଦିନ ସକାଳେ ବରଗଡ଼ ଜିଲ୍ଲା ରେ ନାବାଳକର ମୃତଦେହ ମିଳିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲ । ଦୁଇ ଦୁର୍ବୃତ୍ତ ନାବାଳକକୁ ଉଠାଇ ନେଇ ହତ୍ୟା କରି ପୋଡ଼ିଥିବା ନେଇ ସ୍ୱୀକାର କରିଥିବା ନେଇ ସୂଚନା ଦେଇଛି ପୋଲିସ ।