Advertisment

SCBରେ ପ୍ରଥମ: ବ୍ରେନ୍‌ ଡେଡ୍‌ ପରେ କିଡ୍‌ନୀ କାଢ଼ି ଅନ୍ୟ ବ୍ୟକ୍ତିଙ୍କ ଠାରେ ସଫଳ ପ୍ରତିରୋପଣ

କଟକ ଏସ୍‌ସିବି ମେଡିକାଲ(SCB Medical)ର କିଡ୍‌ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍‌ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍‌ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cuttack SCB Medical Kidney Transplantation

Kidney Transplantation At Cuttack SCB Medical

କଟକ ଏସ୍‌ସିବି ମେଡିକାଲ(SCB Medical)ରେ କିଡ୍‌ନୀ ପ୍ରତିରୋପଣରେ ପୁଣି ଏକ ସଫଳତା ମିଳିଛି। ପ୍ରଥମ ଥର ପାଇଁ ବ୍ରେନ୍‌ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍‌ନୀ କଢା ଯାଇ ୨ ଜଣଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଛି।

Advertisment

କଟକ ଜଗତପୁର ଅଞ୍ଚଳର ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି କାର୍ଡିଓଥୋରାସିସ ବିଭାଗରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ ସହମତିରେ ତାଙ୍କ କିଡନୀ ଦୁଇଟିକୁ କାଢ଼ି ଡାକ୍ତର ଅନ୍ୟ ୨ ଜଣ କିଡ୍‌ନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରିଥିଲେ।

ପୂର୍ବରୁ ବେସରକାରୀ ହସ୍ପିଟାଲ୍‌ରେ କିଡନୀ କଢା ଯାଇ ପ୍ରତିରୋପଣ କରାଯାଇଥିବା ବେଳେ ଏସ୍‌ସିବିରେ ଏହା ପ୍ରଥମ। କାର୍ଡିଓଥୋରାସିସ୍‌, ଆନେସ୍ଥିସିଆ,ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ମୋଟ୍‌ ୧୭ ଜଣିଆ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ।

Advertisment
SCB Medical Kidney Transplantation
Advertisment
Advertisment