Advertisment

ଫେଲ୍‌ ମାରିଛି କି ମୋ ସରକାର? ଥାନାକୁ ଲୋକେ ଆସୁଛନ୍ତି, ହେଲେ ନ୍ୟାୟ ପାଉନାହାନ୍ତି...

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।

author-image
Sarbeswar
ଅଦ୍ୟତନ ହୋଇଛି
Boudh Woman Irked Over Delay In Investigation Into Husband's Death Case

Odisha Police

ଯିଏ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ନେଇଛି ସେ ଯଦି ଅପାରଗ ହୁଏ ତେବେ ପରିସ୍ଥିତି ଅଣାୟତ ହୋଇ ପଡିବ ନିଶ୍ଚୟ । ସେମିତି ଓଡିଶା ର କିଛି ସ୍ଥାନର ଅବସ୍ଥା କଥା ଆଖିରେ ନଦେଖିଲେ ବିଶ୍ୱାସ ହେବନି । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆନୂଆ ଥାନା ତିଆରି କଲେଣି । ସାଧାରଣ ଲୋକ ଏହାର କେମିତି ସୁବିଧା ପାଇପାରିବେ ସେନେଇ ଅନେକ ବ୍ୟବସ୍ଥା ବି କରିଛନ୍ତି । ହେଲେ ପରିସ୍ଥିତି ପୁରା ଓଲଟା । ଠିକ୍‌ ଏମିତି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ଆରକ୍ଷୀ ଅଧିକ୍ଷକଙ୍କୁ ବାରମ୍ବାର ଭେଟି ଗୁହାରି କରିଛନ୍ତି ଲୋକେ ହେଲେ କୌଣସି ଲାଭ ପାଉନଥିବା ନେଇ ଅଭିଯୋଗ କରିଛନ୍ତି।

Advertisment

ବୌଦ୍ଧ ଜିଲ୍ଲା ରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି । ସ୍ଥିତି ଏମିତି ହେଲାଣି ଯେ ଲୋକେ ଥାନାକୁ ଯାଉଛନ୍ତି ହେଲେ ନ୍ୟାୟ ପାଉନାହାନ୍ତି । କିଏ ମନମୁଣ୍ଡା ଥାନା ଅଞ୍ଚଳରୁ ଆସିଛି ତ ଆଉ କିଏ ହରଭଂଗା ଥାନା ଅଞ୍ଚଳରୁ । ତେବେ ସେଠାରେ ଥିବା ଥାନା ଅଧିକାରୀ ସେମାନଙ୍କ FIR ଗ୍ରହଣ କରିବା ତ ଦୂରର କଥା ଆପୋସ ନ୍ୟାୟ ଦେବାରେ ବି ଫେଲ ମାରୁଛନ୍ତି । ଗତ ଫେବୃଆରୀ ୯ ତାରିଖରେ ପତକାବାଲି ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରସନ୍ନ ଜାନୀଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପ୍ରସନ୍ନଙ୍କ ସ୍ତ୍ରୀ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ମଧ୍ୟ ତାଙ୍କ ଅଭିଯୋଗକୁ କେବଳ ରୁଜୁ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଯେଉଁଥିପାଇଁ ବାଧ୍ୟ ହୋଇ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ । ଏସପିଙ୍କୁ ଭେଟିବା ସହିତ ତାଙ୍କୁ ଉଚିତ୍ ନ୍ୟାୟ ଦେବାକୁ ଗୁହାରି କରିଛନ୍ତି ଅଭିଯୋଗକାରୀ ।

Advertisment

କିଛିଦିନ ପୂର୍ବେ ମନମୁଣ୍ଡା ଥାନା ଅଧୀନରେ ଜଣେ ନାବାଳକକୁ ମୋବାଇଲ୍ ଚୋରି ଅଭିଯୋଗରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହିତ ମୁହଁରେ କଳା ବୋଳି ବେକରେ ଚପଳ ମାଳ ପିନ୍ଧାଇ ସାରା ପଞ୍ଚାୟତରେ ବୁଲାଉଥିବା ନାବାଳକର ପିତାମାତା ଥାନାରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ତାଙ୍କୁ କୌଣସି ସୁଫଳ ମିଳିଲା ନାହିଁ । ଥାନା ଅଧିକାରୀ ମାମଲା ରୁଜୁ କଲେ ସତ ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିଲେ ନାହିଁ । ତେବେ ସାଧାରଣ ଲୋକଙ୍କ ପାଇଁ ଥାନା ଗୁଡ଼ିକ ତିଆରି ହୋଇଥିଲେ ମଧ୍ୟ ଏହାର ଲାଭ ଉଠାଇ ପାରିନାହାନ୍ତି ଲୋକେ ।

ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହିତ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଏନେଇ ବୌଦ୍ଧ ଏସପିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

(ବୌଦ୍ଧରୁ ଦୀପକ ଆଦାରଙ୍କ ରିପୋର୍ଟ)

Odisha Police
Advertisment
Advertisment