/odishatv-khabar/media/post_attachments/uploadimage/library/16_9/16_9_0/Vanik_CMD_1680082080.jpg)
Vanik CMD
ରାଜଧାନୀର ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ବାଣିକ୍ରେ ଜିଏସ୍ଟି ରେଡ୍ ପରେ ଆସିଲା ବଡ଼ ଅଭିଯୋଗ । ବଣିକ୍ ସିଏମ୍ଡିଙ୍କର ରହିଛି ବିଜେଡି ଲିଙ୍କ୍ । ବଣିକ ସିଏମ୍ଡି ସୁବ୍ରତ ଛାଟୋଇ ହେଉଛନ୍ତି BJD IT ସେଲ୍ର ଜଣେ ସଦସ୍ୟ । ଏଭଳି ଏକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ସେ ଆହୁରି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯେ, ବଣିକ ସିଏମ୍ଡିଙ୍କ ବିଜେଡି ଲିଙ୍କ୍ ରହିଥିବା ସହ ସେହି କୋଚିଂ ସେଣ୍ଟରରେ ପଢ଼ୁଥିବା ପିଲାଙ୍କୁ ସରକାରୀ ଚାକିରିର ଆଶ୍ୱାସନା ଦିଆଯାଉଛି । ସେଠାରେ ପଢ଼ିଲେ ସରକାରୀ ଚାକିରି ନିଶ୍ଚିତ ମିଳିବ ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ ଯେଉଁ ଚାକିରି ବାହାରିବ, ତାହା ନିଶ୍ଚିତ ମିଳିବ ବୋଲି କୁହାଯାଉଥିଲା । ଅନ୍ୟପଟେ ଓଡ଼ିଶାରେ ଯେତେ ଫେକ୍ ଚାକିରି ସବୁଥିରେ ବିଜେଡି ସଂପୃକ୍ତ ବୋଲି ସାଲୁଜା ଅଭିଯୋଗ କରିଛନ୍ତି ।
BJD ଲୋକ IT ସେଲରେ ରହି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ ବୋଲି ସାଲୁଜା କହିବା ସହ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ବଣିକ ଇନ୍ଷ୍ଟିଚ୍ୟୁଟ୍ରେ ଗତକାଲି ରାତିରେ ଜିଏସ୍ଟି ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା। ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଇନଷ୍ଟିଚ୍ୟୁଟର ୩ଟି ସ୍ଥାନରେ ଚଢାଉ କରାଯାଉଥିଲା । ଏହା ସହ କୋଲକାତାରେ ମଧ୍ୟ ରେଡ୍ ହୋଇଥିବା ସୂଚନା ମିଳିଛି । ଲକ୍ଷାଧିକ ଟଙ୍କାର ଜିଏସ୍ଟି ଫାଙ୍କି ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବଣିକ୍ ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର । ଏହି କୋଚିଂ ସେଣ୍ଟରରେ ଆଇଏଏସ୍, ଓଏଏସ୍ ଏବଂ ୟୁପିଏସ୍ସି ସହ ବିଭିନ୍ନ କଂପିଟିଟିଭ୍ ପରୀକ୍ଷା ଲାଗି କୋଚିଂ ଦିଆଯାଏ । ପ୍ରାୟ ୨ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ସେଣ୍ଟ୍ରାଲ ଜିଏସଟି ରେଡ୍ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)