/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680094462.jpg)
Pradeep Panigrahi
୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲା କୁ ଏକ ନମ୍ବର ପାଇଁ ସ୍ୱପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ଏୟାରପୋର୍ଟ ନାଁରେ ରାଜ୍ୟ ସରକାର କାହିଁକି ଲଲିପପ୍ ଦେଉଛନ୍ତି ? ରାଜ୍ୟବାସୀ ଶଙ୍ଖକୁ ଭୁଲି ଗଲେଣି କି ? ତେଣୁ ଶଙ୍ଖକୁ ଗର୍ବ କହୁଛନ୍ତି ବିଜେଡି ନେତା ?
ଆଜି କିଛି ଏଭଳି ଭାବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବରିଷ୍ଠ ନେତାଙ୍କୁ ଦଳରେ କାହିଁକି ନୀରବ କରାଗଲା ? ଗଞ୍ଜାମ ରାଜନୀତି ବିଜେଡିରେ ଦୁର୍ବଳ ନେତୃତ୍ୱ ପାଇଁ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି ।
ଏବେ ବହୁତ ହୋଇଗଲା, ଗଞ୍ଜାମ ରାଜନୀତିରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଦୀପା ସେପଟେ ପ୍ରଦୀପଙ୍କ ମୁଣ୍ଡ ଖରାପ ହୋଇଗଲାଣି ବୋଲି କହିଛନ୍ତି ଗଂଜାମ ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକା । ଦୁର୍ନୀତି ଅଭିଯୋଗରେ ବିଜେଡି ପ୍ରଦୀପଙ୍କୁ ବହିଷ୍କୃତ କରିଛି ।
ଦଳରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ଆଜି ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଦୀପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)