• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ମାନବ ସେବା ହିଁ ମାଧବ ସେବା’ । ଏହି ବାଣୀ କେବଳ ଶବ୍ଦରେ ହିଁ ସୀମିତ ରହିଯାଇଛି । ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ଏମିତିକି ନିଜ ବାପାମାଆଙ୍କୁ ସାହାଯ୍ୟ କରିବା ପୂର୍ବରୁ ୧୦ ଥର ଭାବୁଛି । ବିନା ସ୍ୱାର୍ଥରେ ପାଣି ଗିଲାସଟେ ମଧ୍ୟ ଯାଚୁନାହିଁ । ଏବେବି ସମାଜରେ ଏପରି କିଛି ଲୋକ ଅଛନ୍ତି , ଯିଏ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ନିଜ ସ୍ୱାର୍ଥ ଅପେକ୍ଷା ମାନବିକତାକୁ ପ୍ରାଧାନ୍ୟ ଦେଇଥାନ୍ତି ।

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍‌ ଡ୍ରାଇଭର୍‌ଙ୍କ କାହାଣୀଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍‌ ଡ୍ରାଇଭର୍‌ । ବର୍ତ୍ତମାନ ଏହି ଖବର ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ବାପାଙ୍କୁ କିଡ୍‌ନୀ ଦାନ କଲା ଝିଅ; ଜାଣିଲା ପରେ କାନ୍ଦିଲେ ବାପା

ଇନ୍‌ଷ୍ଟାଗ୍ରାମ ର ‘ଗୁଡ୍‌ ନ୍ୟୁଜ୍‌ ମୁଭ୍‌ମେଣ୍ଟ’ ଆକାଉଣ୍ଟରେ ପ୍ରତିଦିନ ଅନେକ ସକରାତ୍ମକ ଭିଡିଓ ଓ ପୋଷ୍ଟ ସେୟାର କରାଯାଇଥାଏ । ନିକଟରେ ଏମିତି ଏକ ଭିଡିଓ ସେୟାର ହୋଇଛି, ଯାହା ବେଶ୍‌ ପ୍ରେରଣାଦାୟୀ । ଟିମ୍‌ ଲେଟ୍ସ ନାମକ ଜଣେ ଉବର୍‌ ଡ୍ରାଇଭର୍‌ ତାଙ୍କ ଗାଡ଼ିରେ ଯାଉଥିବା ଯାତ୍ରୀଙ୍କୁ କିଡ୍‌ନୀ ଦାନ କରିଛନ୍ତି । ବିଲ୍‌ ସୁମିଏଲ ନାମକ ଜଣେ ବ୍ୟକ୍ତି ଟିମ୍‌ ଲେଟ୍ସଙ୍କ ଉବର୍‌ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । କଥାବାର୍ତ୍ତାରୁ ଜଣାପଡ଼ିଥିଲା ଯେ, ବିଲ୍‌ କିଡ୍‌ନୀ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ସେ ଡାୟାଲିସିସ୍‌ ପାଇଁ ମେଡିକାଲ୍‌ ଯାଉଛନ୍ତି ।

ହଠାତ୍‌ ଟିମ୍‌ ବିଲ୍‌ଙ୍କୁ ନିଜ କିଡ୍‌ନୀ ଦାନ କରିବା ପାଇଁ କହିଲେ । ଏହା ଶୁଣି ବିଲ୍‌ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ । ଆଶ୍ଚର୍ଯ୍ୟର କଥା ଏହା ଯେ ଦୁହିଁଙ୍କ ବ୍ଲଡ୍‌ ଗ୍ରୁଫ୍‌ ମଧ୍ୟ ମିଶିଥିଲା । ଏହାପରେ ଅପରେସନ୍‌ ମଧ୍ୟ ସଫଳ ହେଲା ଓ ବିଲ୍‌ ନିଜ ଜୀବନ ବଞ୍ଚାଇପାରିଲେ । ବର୍ତ୍ତମାନ ଦୁନିଆରେ ଲୋକ ବାପାମାଆଙ୍କୁ ପଚାରୁନଥିବା ବେଳେ କେଇ ଘଣ୍ଟାର କଥାବାର୍ତ୍ତା ମଧ୍ୟରେ ଟିମ୍‌ ଲେଟ୍ସ ନାମକ ଜଣେ ଉବର୍‌ ଡ୍ରାଇଭର ନିଜ ଜୀବନକୁ ଖାତିର ନକରି କିଡ୍‌ନୀ ଦାନ କରିଦେଲେ । ଏହା ନିଶ୍ଚୟ ସମାଜକୁ ପ୍ରେରଣା ଯୋଗାଇବ ।

କିଡ୍‌ନୀ  ଦାନ ପରେ ପରସ୍ପରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ହୋଇଯାଇଛି । ବିଲ୍‌ଙ୍କ କହିବାନୁଯାୟୀ ଟିମ୍‌ ହେଉଛନ୍ତି ତାଙ୍କ ଜୀବନର ପ୍ରକୃତ ବନ୍ଧୁ । ତେବେ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଟିମ୍‌ଙ୍କ ଏହି ସାହସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଦେଖନ୍ତୁ ଭିଡିଓ | ଯବାନ ଚଲାଉଛନ୍ତି ଅଟୋ.. ମାଗଣାରେ କରୁଛନ୍ତି ରୋଗୀ ସେବା