• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି MoU । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି ଯୋଜନା ଓଡ଼ିଶାରେ ଲାଗୁ ହେଲେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକାର ପାଇବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ । ଦେଶର ୩୦ ହଜାର ହସ୍ପିଟାଲ୍‌ରେ ସୁବିଧା ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ ।

ଅଧିକ ପଢ଼ନ୍ତୁ: ଲୋକସେବା ଭବନରୁ ଦଲାଲ ଗିରଫ, ମିଳିଲା ପଞ୍ଚାୟତିରାଜ ବିଭାଗର ଜାଲ୍ ଆଇକାର୍ଡ

ଆଜି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ । ଆୟୁଷ୍ମାନ ଭାରତ ପାଇଁ MOU ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର । ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ । ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ୨୦୧୮ରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି । ୩ଟି ରାଜ୍ୟ ରାଜନୈତିକ ହୀନମନ୍ୟତା ପାଇଁ ଲାଗୁ କରି ନଥିଲେ ବୋଲି ସେ କହିଛନ୍ତି ।

ସେହିପରି ଓଡ଼ିଶାରେ ଆୟୁଷ୍ମାନ ପାଇଁ MOU ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ବିରୋଧୀ ଦଳରେ ଥିଲା ବେଳେ ଲାଗୁ କରିବାକୁ ଦାବି କରିଥିଲୁ । ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କଲୁ । ଏହି ଯୋଜନା ଲାଗୁ ହେଲେ ରାଜ୍ୟରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକାର ପାଇବେ । ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ । ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ । ଦେଶର ୩୦ ହଜାର ହସ୍ପିଟାଲ୍‌ରେ ଏହି ଯୋଜନା ମାଧ୍ୟମରେ ସୁବିଧା ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ଅଧିକ ପଢ଼ନ୍ତୁ: କର୍ପୋରେଟ ଚାନ୍ଦା ବନ୍ଦ ହେବାରୁ ଶଙ୍ଖ ଭବନରେ ଚାଲିଛି ରେଷ୍ଟୁରାଣ୍ଟ’

OTV is now on Whatsapp

Join and get latest news update delivered to you via whatsapp

Join Now