ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।
ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।
ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି ।
ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା ।
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
୬୦ ବର୍ଷରୁ ଅଧିକ ବୟସ ଯୋଗୁଁ ବାଦ୍ ପଡିଲେ ଗୋପାଳ ସାହୁ