ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ।
କେବେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଉପକୂଳ ରାଜପଥ ନିର୍ମାଣ କାମ ? ଡିଜାଇନ୍ରେ ପରିବର୍ତ୍ତନ ହେବା ପରେ ପୁଣି ଉଠିଥିବା ବିବାଦକୁ ନେଇ ଉଠିଛି ଏମିତି ପ୍ରଶ୍ନ । ଏଥର ବିବାଦ ଚିଲିକାକୁ ନେଇ ନୁହେଁ, ବିରୋଧ ଉଠିଛି ଜଗତ୍ସିଂହପୁର ଜିଲ୍ଲାରୁ ।
ଖୋଦ୍ ବିଜେଡିର ସାଂସଦ ଓ ବିଧାୟକଙ୍କ କରୁଛନ୍ତି ବିରୋଧ ।