ଖୋଲିବ ନବଙ୍କ ମୃତ୍ୟୁର ପେଡ଼ି ! ନୂଆ ସରକାର କରିବେ CBI ତଦନ୍ତ ! ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ଏବେ ୨ ବର୍ଷ ପୂରଣ ହେବାକୁ ଯାଉଛି । ଆଉ ଏହାରି ଭିତରେ ରାଜ୍ୟରେ ବଦଳିଛି ସରକାର । ବିଜେଡି ହଟି ବିଜେପି ନୂଆ ସରକାର ଗଢ଼ିଛି । ତେବେ ୨୦୨୩ ଜାନୁଆରୀ ୨୯ ତାରିଖରେ ଘଟିଥିବା ସେହି ଘଟଣା ଏବେ ବି ତାଜା ହୋଇ ରହିଛି । ଆଉ ମାତ୍ର ୧୬ ଦିନ ପରେ ନବଙ୍କ ମୃତ୍ୟୁକୁ ୨ ବର୍ଷ ପୂରଣ ହେଉଥିବା ବେଳେ ଘଟଣାକୁ ପୁଣି ତାଜା କରିଛନ୍ତି ପୂର୍ବତନ ଝାରସୁଗୁଡ଼ା ବିଧାୟିକା ତଥା ନବଙ୍କ ଝିଅ ଦୀପାଳି ଦାସ ।
ଭାଇ ବିଶାଲ ଦାସଙ୍କୁ ଥାନାରେ ଅଟକକୁ ନେଇ ଦୀପାଲି ବିଜେଡି ପାର୍ଟି ଅଫିସ୍ରେ ପ୍ରେସମିଟ୍ କରିଥିଲେ । ଆଉ ସେହି ପ୍ରସମିଟ୍ରେ ଭାଇ କଥା ଉଠାଇବା ସହ ବାପାଙ୍କ ମୃତ୍ୟୁକୁ ମନେପକାଇ ନୂଆ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆଉ ଦୀପାଲିଙ୍କ ଏହି ପ୍ରଶ୍ନରେ ସଙ୍ଗେ ସଙ୍ଗେ ଉତ୍ତର ରଖିଛି ବିଜେପି ।
Also Read
ଅଧିକ ପଢ଼ନ୍ତୁ: ବାପାଙ୍କ କଥା କହି ଫସିଲେ ଦୀପାଳି ! ଘେରିଲାଣି ବିଜେପି...
ବିଜେପି ମଧ୍ୟ ପ୍ରେସମିଟ୍ କରି ଦୀପାଲିଙ୍କୁ ପୁରୁଣା କଥା ଓ ପୁରୁଣା ସରକାର କଥା କହିଛନ୍ତି । ଏମିତିକି ବିଜେପି ବିଧାୟକ ବାବୁ ସିଂ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ, ଦୀପାଲି ନବଙ୍କ ମୃତ୍ୟୁର CBI ତଦନ୍ତ ନେଇ ଲିଖିତ ଅଭିଯୋଗ କରନ୍ତୁ । ଅଭିଯୋଗ ଆଧାରେ ତଦନ୍ତ ହେବ ଦୁଧ୍ କା ଦୁଧ୍ ପାନି କା ପାନି ହୋଇଯିବ ବୋଲି ବାବୁ କହିଛନ୍ତି ।
ତେବେ ଦୀପାଳିଙ୍କ ପ୍ରଶ୍ନର ଖୁଲମଖୁଲା ଉତ୍ତର ରଖିଛି ବିଜେପି । ଆଗକୁ ନବ ଦାସଙ୍କ ହତ୍ୟା ଘଟଣା କେଉଁ ମୋଡ଼ ନେଉଛି ? ଆଉ ଦୀପାଲି କେଉଁ ପଦକ୍ଷେପ ନେଉଛନ୍ତି ତା’ ଦେଖିବାକୁ ବାକି ରହିଲା ।