Advertisment

Hansita-Anil Case: ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ; ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା !

ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Hansita

Hansita

ଠକ ଯୋଡ଼ି ହଂସିତା-ଅନୀଲଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍ ଲିଙ୍କ୍ । ଚର୍ଚ୍ଚାରେ ଥିବା ଦୁଇ ପୂର୍ବତନ ମନ୍ତ୍ରୀ ଓ ୨ ବିଧାୟକଙ୍କ ମୁଖା ଖୋଲିପାରେ। ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ ଏବଂ ପ୍ରଭାବଶାଳୀଙ୍କ ଗୁପ୍ତ ପଞ୍ଜିକା ଖୁବଶୀଘ୍ର ସାମନାକୁ ଆସିବ। ଏହାରି ଭିତରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ। ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ସେ କହିଛନ୍ତି।

Advertisment

ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଏହି ପୂର୍ବତନ ମନ୍ତ୍ରୀଙ୍କ ସମେତ ଜଣେ ଦୁଇଜଣ ବିଧାୟକ ବି ଏଥିରେ ସଂପୃକ୍ତ ଥିବା ସେ କହିଛନ୍ତି। ଯେଉଁ ନେତା ଓ ମନ୍ତ୍ରୀମାନେ ଏଥିରେ ସାମିଲ ଥିଲେ ସେମାନେ ସମସ୍ତେ ତଦନ୍ତ ପରିସରଭୁକ୍ତ ହେବା କଥା ଓ ସବୁ ବଡ଼ ବଡ଼ିଆଙ୍କୁ ଧରିବା ଜରୁରୀ । ହଂସିତା ଓ ଅନୀଲଙ୍କ ଯୋଡ଼ି କୋଟି କୋଟି ଟଙ୍କା ଲୋକଙ୍କଠୁ ଠକିଥିବା ଅଭିଯୋଗ ହୋଇଥିଲା। ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି।

ରାଜଧାନୀର ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲଙ୍କ ଖୋଲୁଛି ପାଣ୍ଡୋରା ପେଡ଼ି। ପୋତା କେତେ-ଉଭା କେତେ, ୧୨ ଦିନର ଖାଳତାଡ଼ ଭିତରେ ଟେରା କରିଛି ସମ୍ପତ୍ତିର ପରିମାଣ। ନାମୀ ଦାମୀ ସାତ ସାତଟି ବିଳାସମୟ ଦାମୀ କାର୍ ସହ ମିଳିଲାଣି ଶହେ କୋଟିରୁ ଅଧିକ ସମ୍ପତ୍ତିର ସୁରାଗ୍। ହେଲେ ‘ଚାର୍ ଶୋ ବିଶ୍’ ଯୋଡ଼ିଙ୍କ ଚିତାକଟା ସିଣ୍ଡିକେଟ ପଛରେ କିଏ ସେ ନେଇ ଖୋଳତାଡ଼ ଚାଲିଛି। ଏ ଚିତାକଟା ଯୋଡ଼ି ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ। ଆଉ ଠୁଳ କରିଥିଲେ ଗାଡ଼ିଘୋଡ଼ା ସହ କୋଠାବାଡ଼ି।

Advertisment

ଅଧିକ ପଢ଼ନ୍ତୁ: ଖୋଲିବ ନବଙ୍କ ମୃତ୍ୟୁର ପେଡ଼ି: ନୂଆ ସରକାର କରିବେ CBI ତଦନ୍ତ !

କମିଶନରେଟ୍ ପୋଲିସର ଅନେକ ବିଳାସମୟ କାର୍ ଜବତ କରିଛି । ଗୋଟିଏ ହେଉଛି ପୋର୍ସେ କାର୍। ଦାମ୍ ୪ କୋଟି ୩୦ ଲକ୍ଷ। ମର୍ସିଡିଜ୍ AMG GLE 33। ଏହି ମଡେଲର ଦାମ୍ ୩ କୋଟି ୧୭ ଲକ୍ଷ ଟଙ୍କା। ଜାଗୁଆର୍ ୨ କୋଟି, ରେଞ୍ଜରୋଭର୍ ୧ କୋଟି। ଆହୁରି ୨ଟି ବିଏମଡବ୍ଲୁ ବି ମିଳିଛି। ଗତ ୧୨ ଦିନର ଖୋଳତାଡ଼ ଭିତରେ ଏଭଳି ସାତ ସାତଟି ନାମୀଦାମୀ ଲଗ୍ଜୁରୀ କାର୍ ମିଳିଲାଣି । ଏପରିକି ଆହୁରି ଛୋଟମୋଡ଼ କାର ବି ଅଛି। ଯାହାକୁ ହିସାବକୁ ନେଉନି ଆୟକର ବିଭାଗ। କେବଳ କାର୍ ନୁହେଁ, ଦିନିକିଆ ପୋଲିସ ରିମାଣ୍ଡରେ ଜେରାବେଳେ ରାଜଧାନୀରେ ୫ଟି ବିଳାସପୂର୍ଣ୍ଣ ଫ୍ଲାଟ ସଂପର୍କରେ ତଥ୍ୟ ମିଳିଛି ।

ବର୍ତ୍ତମାନ ଯାଏଁ ଶହେ କୋଟିର ସମ୍ପତ୍ତି ମିଳିଲାଣି।ତା’ମଧ୍ୟରୁ ନିଜ ପାଖରେ ୫୮ କୋଟି ଏବଂ ବିଲଡରଙ୍କ ପାଖରେ ୧୭ କୋଟିର ବେନାମୀ ସଂପତ୍ତି ଥିବା ତଥ୍ୟ ମିଳିଛି। ଏସବୁ ତଥ୍ୟ ପରେ ତାଟକା ହୋଇଯାଇଥିବା କମିଶନରେଟ୍ ପୋଲିସ ଏବେ ତଦନ୍ତର ଗତିକୁ ଆହୁରି ବ୍ୟାପକ କରିଛି। ପୋଲିସ କମିଶନର୍ କହିଛନ୍ତି, ଏହି ମାମଲାରେ ସଂପୃକ୍ତ ଆହୁରି ଅନେକ ବ୍ୟକ୍ତି ଆଗକୁ ସାମ୍ନାକୁ ଆସିପାରନ୍ତି। ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଏବଂ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଟେରା କରୁଛି ଠକ ଯୋଡ଼ିଙ୍କ ଅଚଳାଚଳ ସଂପତ୍ତି; ଖୋଲିବ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍

Bhubaneswar Comissionerate Police
Advertisment
Advertisment