ଶଙ୍ଖ ଭବନକୁ ନେଇ ବିଜେପିର ସଂଘାତିକ ଅଭିଯୋଗ । ଦଳୀୟ କାର୍ଯ୍ୟଳୟରେ ରେଷ୍ଟୁରାଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । କର୍ପୋରେଟ ଚାନ୍ଦା ବନ୍ଦ ହେବାରୁ ବେଆଇନ ଭାବେ ଶଙ୍ଖ ଭବନକୁ ହୋଟେଲ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି, ଦଳୀୟ କାର୍ଯ୍ୟାଳୟ ପାଇଁ ବିଜେଡି ୨୦୨୧ରେ ସରକାରୀ ଜମି ନେଇଥିଲା । ଏବେ କିନ୍ତୁ ଶଙ୍ଖ ଭବନ ହୋଟେଲରେ ପରିଣତ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
Also Read
ସେ ଆହୁରି ମଧ୍ୟ କହିଛନ୍ତି ଯେ, କର୍ପୋରେଟ ଚାନ୍ଦାରେ ଶଙ୍ଖ ଭବନ ନିର୍ମାଣ ହୋଇଥିଲା । ଆଉ କର୍ପୋରେଟ ପଇସା ଆସୁନି ବୋଲି ବିଜେଡିକୁ ହୋଟେଲର ଆବଶ୍ୟକତା ପଡିଛି କି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ । ଲୋକ ସେଠାକୁ ଆଉ ଆସୁ ନାହାନ୍ତି । ବିଜେଡିରେ କିଏ ଏହି ହୋଟେଲକୁ ଚଳାଉଛି ଏବଂ ଏହା ପଛର ଉଦେଶ୍ୟ କ’ଣ ବିଜେଡି ସ୍ପଷ୍ଟ କରୁ ବୋଲି ସେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ: ବାପାଙ୍କ କଥା କହି ଫସିଲେ ଦୀପାଳି ! ଘେରିଲାଣି ବିଜେପି...
କେବଳ ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର ପାଇଁ ଅନୁମତି ଥିବା ଜମି ଆପ୍ରୁଭାଲରେ ସ୍ପଷ୍ଟ ଲେଖା ଯାଇଥିଲା । କିନ୍ତୁ ହୋଟେଲ କାହିଁକି ହେଲା । ଯାହା ପଇସା ଥିଲା ପାଣ୍ଡିଆନ୍ ନେଇକି ପଳେଇଲେ । ତେଣୁ ଶଙ୍ଖ ଭବନ ଚଳାଇବାକୁ ଏମିତି ପଦକ୍ଷେପ ନେଇଥାଇ ପାରନ୍ତି । ତେବେ ଆଗକୁ ଶଙ୍ଖ ଭବନ ଷ୍ଟାର ହୋଟେଲରେ ପରିଣତ ହୋଇପାରେ । ତେଣୁ ସରକାର ଏହାକୁ ବିଚାରକୁ ନିଅନ୍ତୁ ଏବଂ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ବିଜେଡିଠାରୁ ରାଜ୍ୟ ସରକାର ଜମି ଫେରାଇ ଆଣନ୍ତୁ ବୋଲି ଜଗନ୍ନାଥ ପ୍ରଧାନ ଦାବି କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଜଗନ୍ନାଥ ପ୍ରଧାନ ।
ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଶଙ୍ଖଭବନ ହେବାଠାରୁ ପ୍ରତିଦିନ ବୈଠକ ବସୁଛି । କର୍ମୀ, ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି । କ୍ୟାଣ୍ଟିନ ଚଳାଇବା କ’ଣ ଖରାପ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।