Advertisment

Kumbh Mela Special Train: କୁମ୍ଭମେଳା ବୁଲିବା ହେବ ସହଜ; ଓଡ଼ିଶାରୁ ସ୍ୱତନ୍ତ୍ର ବସ୍‌-ଟ୍ରେନ୍ ସୁବିଧା

କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ବତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ସେହିପରି ରାଜ୍ୟର ୪ ସହରରୁ ଅଯୋଧ୍ୟାକୁ ଗଡ଼ିଛି ସ୍ପେଶାଲ୍ ବସ୍। କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ବତନ୍ତ୍ର ବସ୍ ସେବା।

author-image
Sonali Ojha
ଅଦ୍ୟତନ ହୋଇଛି
mahakumbh

mahakumbh

ଓଡ଼ିଶାରୁ ସିଧା କୁମ୍ଭମେଳା। କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ବତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ସେହିପରି ରାଜ୍ୟର ୪ ସହରରୁ ଅଯୋଧ୍ୟାକୁ ଗଡ଼ିଛି ସ୍ପେଶାଲ୍ ବସ୍। କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ବତନ୍ତ୍ର ବସ୍ ସେବା। ଗତକାଲି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସ୍ବତନ୍ତ୍ର ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି।

Advertisment

ତେବେ ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭମେଳା ସ୍ପେଶାଲ। ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର ଦେଇ ଯିବ। ସେହିପରି ପୁରୀ-ତୁଣ୍ଡଲା-ପୁରୀ କୁମ୍ଭ ସ୍ପେଶାଲ ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ବାଲେଶ୍ବର ଦେଇ ଯିବ। ଟିଟିଲାଗଡ-ତୁଣ୍ଡଲା ଟିଟିଲାଗଡ କୁମ୍ଭ ସ୍ପେଶାଲ ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଦେଇ ଯିବ।ବିଶାଖାପାଟଣା-ଦିନଦୟାଲ ଉପାଧ୍ୟାୟ ଜଙ୍କସନ୍- ବିଶାଖାପାଟଣା କୁମ୍ଭ ସ୍ପେଶାଲ ଟ୍ରେନ୍ ରାୟଗଡା, ବଲାଙ୍ଗୀର ଓ ନୂଆପଡା ଦେଇ ଯାତ୍ରା କରିବ।

ଅଧିକ ପଢନ୍ତୁ: ଆରମ୍ଭ ହେଲା ମହାକୁମ୍ଭ ମେଳା, ସଂଗମ ତଟରେ ବୁଡ଼ ପକାଇଲେ ସାଧୁ ସନ୍ଥ ଓ କୋଟି କୋଟି ଶ୍ରଦ୍ଧାଳୁ

Advertisment

ସେହିପରି ବିଶାଖାପାଟଣା-ଗୋରଖପୁର-ବିଶାଖାପାଟଣା କୁମ୍ଭ ସ୍ପେଶାଲ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ଦେଇ ଯିବ।.. ତିରୁପତି-ବନାରସ-ତିରୁପତି କୁମ୍ଭ ସ୍ପେଶାଲ ଓଡ଼ିଶାର ରାୟଗଡା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଦେଇ ଯାତ୍ରା କରିବ। ନରାସପୁର-ବନାରସ-ନରାସପୁର କୁମ୍ଭ ସ୍ପେଶାଲ ରାୟଗଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ଦେଇ ଯାତ୍ରା କରିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି।

ତୀର୍ଥଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥ ଏଭଳି ବିଶେଷ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ସ୍ବତନ୍ତ୍ର ଟ୍ରେନ୍ ଗୁଡିକ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢନ୍ତୁ: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

Special Trains OSRTC Bus Mahakumbh 2025
Advertisment
Advertisment