/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736664443.jpg)
Sahadev Murder Case
ସହଦେବ ହତ୍ୟା ଘଟଣାରେ ଉଠୁଛି ପରଦା l ଆଉ ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ l ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l ଆଉ ତା'ପରେ ତାଙ୍କୁ କାବୁକରି ହାଣି ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ।
ସହଦେବଙ୍କୁ କାବୁ କରିବା ପରେ ୩ଜଣ ଅଭିଯୁକ୍ତ ମାଡ଼ିବସିଥିଲେ l ଏବଂ ଜଣେ ଅଭିଯୁକ୍ତ ସହଦେବର ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହାଣି ଶରୀରରୁ ଅଲଗା କରିଥିଲା l ଆଉ ସେ ଅଭିଯୁକ୍ତ ଜଣକ ହେଇଛି ଏହି ନାରୀ ରୂପୀ ରାକ୍ଷସୀ ଲିପିକା l ଏ ସବୁ ଘଟଣା ଘଟିଥିଲା ସେହି କ୍ରାଇମସ୍ପଟ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ l ପ୍ରଥମେ ୨ଜଣ ଅଭିଯୁକ୍ତ ସେଠାରୁ ଫେରାର ମାରିଥିବା ବେଳେ ପରେ ସ୍ୱାମୀ-ସ୍ତ୍ରୀ ଲକ୍ଷ୍ମୀଧର ଓ ଲିପିକା ବ୍ୟାଗରେ ଧାରୁଆ ଅସ୍ତ୍ରକୁ ପୂରାଇ ହତ୍ୟାକାଣ୍ଡସ୍ଥଳରୁ ଫେରାର ମାରିଥିଲା l ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି l
ଅଧିକ ପଢ଼ନ୍ତୁ: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...
ଏହି ଘାଟଣାକୁ ନେଇ ପୋଲିସ ଏବେ ଜୋରଦାର ତଦନ୍ତ କରୁଛି l ସହଦେବ ହତ୍ୟା ଘଟଣାରେ ୫ ଜଣଙ୍କୁ ବାନ୍ଧି ସାରିଛି l ହେଲେ ଏବେବି ଆହୁରି ଜଣେ ଅଭିଯୁକ୍ତ ଫେରାର ଥିବା DCP କହିଛନ୍ତି l ସେପଟେ କ୍ରାଇମ୍ ସ୍ପଟକୁ ଯାଇ ସବୁ ମାନିଛି ଲକ୍ଷ୍ମୀଧର l ରାକ୍ଷସୀ ଲିପିକା ବି ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର l ସେଦିନର ସକାଳେ ଘଟାଇଥିବା ଵୀଭତ୍ସ ହତ୍ୟାର ସତକୁ ଆଦାୟ କରୁଛି ପୋଲିସ l
ତେଵେ ଏହି ଘଟଣାରେ ଷଷ୍ଠ ଅଭିଯୁକ୍ତକୁ ପୋଲିସ କେବେ ଗିରଫ କରୁଛି l ଆଉ ୟା ପଛରେ ଆହୁରି ସତ କଣ ଲୁଚି ରହୁଛି ତା ଦେଖିବାକୁ ବାକିରହିଲା l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)