Advertisment

Ayushman Bharat: ଖୁବଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ; MoU ସ୍ୱାକ୍ଷର ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
MoU On Ayushman Bharat Scheme

MoU On Ayushman Bharat Scheme

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶା। ଆଜି ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଉଭୟ ସରକାରଙ୍କ ମଧ୍ୟରେ ହେବ MoU ସ୍ବାକ୍ଷର। ଏହି ୨ ଦିନିଆ ଗସ୍ତ ଭିତରେ ରାଷ୍ଟ୍ରପତି ଭବନରେ ଥିବା କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେବେ।

Advertisment

ଆସନ୍ତା ଫେବ୍ରୁଆରୀରୁ ରାଜ୍ୟରେ ଆରମ୍ଭ ହେବ ସରକାରଙ୍କ ବହୁ ପ୍ରତୀକ୍ଷିତ ଫ୍ଲାଗ ସିପ୍ ସ୍କିମ- ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଉଭୟ ଯୋଜନାକୁ ମିଶାଇ ଗାଇଡଲାଇନ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାଜ୍ୟର କୋଟିଏ ପରିବାରର ସାଢେ ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବ ଡବଲ୍ ଇଞ୍ଜିନ ସରକାରର ଏହି ବଡ଼ ଉପଲବ୍ଧି। କଣ କଣ ଫାଇଦା ମିଳିବ ଆୟୁଷ୍ମାନ ଭାରତରୁ ଆସନ୍ତୁ ଜାଣିବା।

ଏହି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବ। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ। ସେଥିପାଇଁ ନିୟମାବଳି ବି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ। ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ କାର୍ଡ। ଆୟୁଷ୍ମାନ ଭାରତରୁ ଯେମିତି କେହି ବଞ୍ଚିତ ହେବେ ନାହିଁ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Advertisment

ଅଧିକ ପଢନ୍ତୁ: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ...

ସରକାରକୁ ଆସିବାର ୧୦୦ ଦିନରେ ଆୟୁଷ୍ମାନ ଭାରତକୁ ଲାଗୁ କରିବା ନେଇ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏହା ସହ ଅକ୍ଟୋବର ୨୯ରେ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ 2.0କୁ ମଧ୍ୟ ଦେଶବ୍ୟାପୀ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାର ଯଦିଓ ଏହି ଯୋଜନାକୁ ଗ୍ରହଣ କରିଛନ୍ତି କିନ୍ତୁ ତାହା ବି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ୧୮ଟି ରାଜ୍ୟ ନିଜ ଯୋଜନା ସହ ଆୟୁଷ୍ମାନ ଭାରତକୁ ମିଶ୍ରଣକରି କାର୍ଯ୍ୟକ୍ଷମ କରୁଛନ୍ତି।ସେହିଭଳି ୪ଟି ରାଜ୍ୟ କେନ୍ଦ୍ରୀୟ ଯୋଜନା ସହ ସମ୍ମିଶ୍ରଣ କରି ସାରିଲେଣି। କେବଳ ଓଡ଼ିଶା, ଦିଲ୍ଲୀ, ପଶ୍ଚିମ ବଙ୍ଗକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଲାଗୁ ହୋଇସାରିଲାଣି।

ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି। ତେବେ ଓଡିଶାରେ ଯଦି ଉଭୟ ସ୍କିମ ମର୍ଜ ହୁଏ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ଏବଂ ଆୟୁଷ୍ମାନ ଭାରତରେ ୩୩ ଲକ୍ଷ ପରିବାର ରହିବେ।

ଅଧିକ ପଢନ୍ତୁ: ଆରମ୍ଭ ହେଲା ମହାକୁମ୍ଭ ମେଳା, ସଂଗମ ତଟରେ ବୁଡ଼ ପକାଇଲେ ସାଧୁ ସନ୍ଥ ଓ କୋଟି କୋଟି ଶ୍ରଦ୍ଧାଳୁ

PM Modi Health Minister Delhi Ayushman Bharat PMJAY Mohan Majhi
Advertisment
Advertisment