• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 13 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

Bhubaneswar Murder: ସହଦେବ ନାୟକ ହତ୍ୟାକାଣ୍ଡ ପଛରେ କିଏ ? କାରଣ କ’ଣ ? 

ସେମାନଙ୍କୁ ଫାଶିଦଣ୍ଡ ଦେଇଦେବା ଉଚିତ...ନଚେତ୍ ଏନକାଉଣ୍ଟର କରାଯାଉ...ଆଜି ସହଦେବଙ୍କୁ ହତ୍ୟା କଲେ, କାଲି ଆଉ କାହାର ମୁଣ୍ଡ ନେଇଯିବେ...ନିଶା ପାଇଁ ଏମାନେ ନେଇଯିବେ ଜୀବନ, ବସ୍ତିରୁ ଏମାନଙ୍କୁ ତୁରନ୍ତ ହଟାଯାଉ...ଏମିତି ଥିଲା ମଥା ସିନ୍ଦୂର ହରାଇ ଶୋକରେ ଥିବା ପତ୍ନୀଙ୍କ ଦରଦଭରା ନିବେଦନ। More
  • Sujit kumar Swain
  • 3 months ago

Sankha Bhawan: ଶଙ୍ଖ ଭବନରେ ରେଷ୍ଟୁରାଣ୍ଟକୁ ନେଇ ସରଗରମ ରାଜନୀତି; BJD-BJP ମଧ୍ୟରେ ତୁତୁ ମେମେ...

ଶଙ୍ଖ ଭବନ କ୍ୟାଣ୍ଟିନ୍‌କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା  କର୍ମୀଙ୍କ ସହ ସାଧାରଣ ଲୋକେ ବି ଯାଇ ମିଲ୍ ଖାଉଛନ୍ତି।  More
  • Santosh Kumar Sahoo
  • 3 months ago

Ayushman Bharat: BSKYକୁ ବିଦାୟ, ଏଣିକି ଓଡ଼ିଶାରେ ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା

ଓଡ଼ିଶାକୁ ମିଳିଲା ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା। ଖୁବ୍ ଶୀଘ୍ର BSKY ବଦଳରେ ମିଳିବ ନୂଆ କାର୍ଡ। ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ଭିତରେ ସ୍ବାକ୍ଷର ହେଲା MOU । More
  • Sonali Ojha
  • 3 months ago

Student Suicide: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି। More
  • Sonali Ojha
  • 3 months ago

Ayushman Bharat: ଖୁବଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ; MoU ସ୍ୱାକ୍ଷର ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି। More
  • Pallipuspa Samal
  • 3 months ago

Panchang Today 13th January 2025: ଆଜିର ପଞ୍ଚାଙ୍ଗ, ପୌଷ ପୂର୍ଣ୍ଣିମାରେ ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Saroj Kumar Jena
  • 3 months ago

CM At Dhanu Yatra:ଧନୁ ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଧନୁଯାତ୍ରା ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। More
  • Sonali Ojha
  • 3 months ago

Hansita-Anil Case: ଅନୀଲ-ହଂସିତାଙ୍କ ବିଜେଡି ଲିଙ୍କ୍ ! କାମ ଦେଉଥିଲେ ମନ୍ତ୍ରୀ, ଡିଲ୍ କରୁଥିଲେ ବିଧାୟକ...

ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ। More
  • Sonali Ojha
  • 3 months ago

Coastal Highway: କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ; ତତ୍ପର NHAI, ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା

ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ। More
  • Sonali Ojha
  • 3 months ago

Firing At Gahirmatha: ଅଶାନ୍ତ ଗହୀରମଥା; ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆଙ୍କ ଆଟାକ୍

ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ । More
  • Sonali Ojha
  • 3 months ago

Anganwadi centers: ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର; ଯେନତେନ ପ୍ରକାରେ ହେଉଛି ପାଠପଢା

ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ। More