ଗତ ସପ୍ତାହରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ପ୍ରବାସୀ ଭାରତୀୟ ଦିବସ । ତେବେ ଅନେକଙ୍କ ମନରେ ପ୍ରଶ୍ନ, ଏହି ସମ୍ମିଳନୀରୁ ଓଡ଼ିଶାର କ’ଣ ଲାଭ ହେଲା ? ଅନେକଙ୍କ ମତରେ ଏହା ଓଡ଼ିଶାର ସମ୍ମାନ ବଢାଇଛି । ତେବେ ବାସ୍ତବତା କ’ଣ ?
ଆଇଟି ଏବଂ କ୍ରୀଡ଼ା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉ । ପର୍ଯ୍ୟଟକ ସିଧାସଳଖ ଓଡ଼ିଶା ଆସି ଏହାର ରହସ୍ୟମୟ ଦୁନିଆରେ ନିଜକୁ ହଜାନ୍ତୁ, ଏହା ବି ଆଶା ରଖିବା ।
ପ୍ରବାସୀ ଭାରତୀୟ ସମ୍ମିଳନୀରୁ ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି। ରାଜ୍ୟରେ ପର୍ଯ୍ୟଟନ ସହ ଶିଳ୍ପ କ୍ଷେତ୍ରରେ ବଢ଼ିଲା ନିବେଶ ସମ୍ଭାବନା। ସମ୍ମିଳନୀରେ ଓଡିଶାର ପର୍ଯ୍ୟଟନକୁ ମିଳିଛି ସବୁଠୁ ବଡ଼ ଏକ୍ସପୋଜର।
୨ ତାରିଖ ସଂଧ୍ୟା ଯାଏ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ଖୋଲା ରହିବ। ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ।
ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ କିଛି ପ୍ରବାସୀଙ୍କୁ ସମ୍ମାନିତ କରିବେ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୫ଘଣ୍ଟାରୁ ଅଧିକ ସମୟ ରହିବେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ମହାମହିମ।
ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ ।
ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ବି ଭୁଲି ହେବ ନାହିଁ । ଏହି ଅବସରରେ ସମସ୍ତ ପ୍ରବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି । କାରଣ ପ୍ରବାସୀଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀ ମାନଙ୍କର ପ୍ରଶଂସା କରନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।