Advertisment

Tri-City: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ହେବ ଟ୍ରାଇ ସିଟି; ବଢ଼ିବ ସହରର କଳେବର

ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Tri City

Tri City

ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏବେ ଟୁଇନ୍ ସିଟି ନୁହେଁ ଟ୍ରାଇ ସିଟିର ବିକାଶ କରିବେ ସରକାର । ପୁରୀ, କଟକ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ପୁରୀ, କଟକ ଓ ଭୁବନେଶ୍ବରକୁ ଟ୍ରାଇ ସିଟି ମାନ୍ୟତା ପ୍ରଦାନ କରାଯିବ ।

Advertisment

ଅନ୍ୟପଟେ ସହର ବଢେଇବେ ସରକାର। ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ। ସହରାଞ୍ଚଳରେ କୌଣସି ଅନପ୍ଳାନଡ୍ କାମ ହେବନି। କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟିପି ସ୍କିମ କରିବାକୁ ଯାଉଛନ୍ତି ସରକାର।

ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଭୁବନେଶ୍ୱର ହେଉଛି ଏକ ପ୍ଲାନଡ଼ ସିଟି। ତେଣୁ କୌଣସି ଅନପ୍ଲାନଡ୍ କାର୍ଯ୍ୟ କରାଯିବ ନାହିଁ। ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ କରାଯିବ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଅଧିକ ଟାଉନ ପ୍ଲାନିଂ କାର୍ଯ୍ୟାଳୟ ଓ ମାନବ ସମ୍ବଳ ରଖାଯିବ।

Advertisment

ସେହିପରି ଭୁବନେଶ୍ୱର ଟ୍ରାଫିକ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ସରକାର । ସହରାଞ୍ଚଳ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭରବ୍ରିଜ । ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।  ବିଭିନ୍ନ ସ୍ଥାନରେ ରିଂ ରୋଡ୍ ଏବଂ ଓଭର ବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ଦୁଇ ଥର ବୈଠକ କରି ଆଲୋଚନା କରିଛନ୍ତି।

ତୁରନ୍ତ ପ୍ଲାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ ଜାମକୁ ଦୂର ପାଇଁ  ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ 
ଅଧିକ ବଢ଼ାଯାଉଛି। ଏଥିପାଇଁ ଡବଲ ଡେକର ବସ ସେବା ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

ଅଧିକ ପଢ଼ନ୍ତୁ: ସହଦେବ ହତ୍ୟା ଘଟଣା: ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ !

Bhubaneswar Puri Cuttack Twin City
Advertisment
Advertisment