• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପ୍ରେସମିଟ୍‌ କଲେ, ବିଜେପି ଉପରେ ଧୁମ୍‌ ବର୍ଷିଲେ । ନୂଆ ସରକାରକୁ ଟାର୍ଗେଟ୍‌ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ । ଝାରସୁଗୁଡ଼ାର ବିଜେଡି ପୂର୍ବତନ ବିଧାୟିକା ଦୀପାଳି ଦାସ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ରାଗ ଝାଡ଼ିଛନ୍ତି । ତା’ ପରେ ସେଠାରୁ ସିଧାସିଧା ନବୀନ ନିବାସକୁ ଯାଇ ନବୀନଙ୍କୁ ଭେଟିଛନ୍ତି ଦୀପାଳି । ଆଉ ନବୀନଙ୍କ ନିକଟରୁ ଫେରିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ସଭାପତିଙ୍କୁ ଧନ୍ୟବାଦ ଜଣାଇଲି, ମୋ ପରିବାର ସହ ଛିଡା ହେବା ପାଇଁ । ନବୀନ ବାବୁ କହିଲେ ‘Be strong’ । ଡାର୍ଟି ପଲିଟିକ୍ସରୁ ଆଗକୁ ଯିବାକୁ ସେ ବାଟ ଦେଖାଇଲେ । 

କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରେସମିଟ୍‌ କରି ଦୀପାଳି କହିଛନ୍ତି, ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ । ଅନାସ୍ଥା ଭୋଟ୍ ପାଇଁ ଜାନୁଆରୀ ୧୦ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁୟାରୀ ୮ରେ ଧମକଚମକ ଦିଆଗଲା । ପରେ ଜାନୁୟାରୀ ୯ରେ ଲଇକେରା ଥାନା ଅଧିକାରୀ ବେଆଇନ୍ ଭାବେ ଗୋଟେ ପ୍ରାଇଭେଟ୍ ପର୍ପର୍ଟିକୁ ଯାଇ ସର୍ଚ୍ଚ କଲେ । ଯାହାକି ମୋ ଭାଇ ବିଶାଲ ଦାସଙ୍କ ମାଲିକାନାରେ ଅଛି । ଏ ନେଇ IGଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ତା’ ପର ଦିନ ଛତିଶଗଡ ଯାଇ ପୋଲିସ୍ ହୋଟେଲରେ ସର୍ଚ୍ଚ କଲେ ବୋଲି ଦୀପାଳି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

ଦୀପାଳିଙ୍କ ପ୍ରେସମିଟ୍‌ ପରେ ଏହି ପ୍ରସଙ୍ଗରେ କଡ଼ା ଜବାବ ରଖିଛି ବିଜେପି । ବିଜେପି କହିଛି, ଆମ ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦୀପାଳି ଦାସ ଓ ତାଙ୍କ ପରିବାର । ଦୀପାଲି ଦାସଙ୍କ ଭାଇ ଛତିଶଗଡ଼ରେ କ’ଣ କରୁଥିଲେ ? ଦୀପାଳି ନବୀନଙ୍କୁ ପ୍ରଶ୍ନ ପଚାରନ୍ତୁ, ତାଙ୍କ ସରକାରବେଳେ ପୋଲିସ ଅଧିକାରୀ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲେ ? ନବୀନ ବାବୁ କାହିଁକି ବିଧାନସଭାରେ ସିବିଆଇ ତଦନ୍ତ ବାବଦରେ ମିଛ କଥା କହିଥିଲେ ? ଏ ସବୁ ପ୍ରଶ୍ନ ଦୀପାଳି ନବୀନଙ୍କ ନିକଟରେ ରଖନ୍ତୁ ବୋଲି ମନୋଜ କହିଛନ୍ତି । 

ତେବେ କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏବେ ବିଜେଡି-ବିଜେପି ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ । ଏହି ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି ତା’ ଦେଖିବାକୁ ବାକି ରହିଲା । 

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

OTV is now on Whatsapp

Join and get latest news update delivered to you via whatsapp

Join Now