/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736759569.jpg)
ଲୋକସେବା ଭବନରୁ ଦଲାଲ ଗିରଫ
କମିଶନରେଟ୍ ପୋଲିସ ହାତରେ ମହାଠକ । ଲୋକସେବା ଭବନରେ ଚାକିରି ଦେବାକୁ କହି ଲୋକଙ୍କୁ ଠକୁଥିବା ଜଣେ ଧୂର୍ତ୍ତ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଠକ ଜଣକ ହେଲେ କଳାହାଣ୍ଡି ନର୍ଲା ଅଞ୍ଚଳର ବ୍ୟାସଦେବ ରଣା । ବ୍ୟାସଦେବ ନିଜକୁ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା । ଏମିତି କି ଚାକିରି ଦେବାକୁ କହି ବ୍ୟାସଦେବ ପିପିଲି ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ପୋଲିସ୍ ବ୍ୟାସଦେବକୁ ଗିରଫ କରିଛି ।
ଅଧିକ ପଢ଼ନ୍ତୁ: ହଷ୍ଟେଲ୍ ରୁମ୍ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ସେ ପଞ୍ଚାୟତିରାଜ ବିଭାଗ ଜାଲ ଆଇକାର୍ଡ କରି ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ପରିଚୟ ଦେଉଥିଲା । ବ୍ୟାସଦେବ ଏହି ଜାଲ୍ ପରିଚୟପତ୍ର ଦ୍ୱାରା ଅବାଧରେ ଲୋକସେବା ଭବନରେ ପ୍ରବେଶ କରୁଥିଲା । ବ୍ୟାସଦେବ ପାଖରୁ ମିଳିଥିବା ପରିଚୟ ପତ୍ର ୨୦୨୦ ଏପ୍ରିଲ୍ ୧ ତାରିଖରେ ଇସ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ସେହିପରି ଏହାର ବୈଧତା ୩୧-୧୨-୨୦୨୪ ଯାଏ ରହିଥିଲା ।
ସୂଚନା ଅନୁସାରେ ବ୍ୟାସଦେବ ରଣା ପୁରୀ ଜିଲ୍ଲା ପିପିଲିର ଜଣେ ଯୁବକଙ୍କୁ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ସେ ଉକ୍ତ ଯୁବକଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିବା ଅଭିଯୋଗ ହୋଇଛି । ତେବେ ୨୦ ଲକ୍ଷ ଟଙ୍କା ନେଇ ଚାକିରି ନ ଦେବାରୁ ଯୁବକ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଶୁକ୍ରବାର କମିଶନରେଟ୍ ପୋଲିସ୍ ବ୍ୟାସଦେବ ରଣାଙ୍କୁ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)