ପିକ୍ନିକ୍ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ଦେଖନ୍ତୁ ଏ ଭିଡିଓକୁ... ଆଉ ଶୁଣନ୍ତୁ କ’ଣ କହୁଛନ୍ତି ଯୁବକ ଜଣକ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍ଦାର ହେଉଛି। ନିର୍ବାଚନରେ ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।
ପ୍ରକୃତି ଯେବେ ତଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । ଏ ଦୃଶ୍ୟ କେତେ ଯେ ଭୟଙ୍କର ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଏ ଲୋକମାନଙ୍କ ଛାତିରେ ଯନ୍ତ୍ରଣା କେତେ ଯେ ଥିବ ତା’ ଆପଣ ଏ ଦୃଶ୍ୟ ଦେଖି ବେଶ୍ ବୁଝିପାରୁଥିବେ ।
ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ବିଦେଶରୁ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିବା ଯେତିକି ସହଜ, ଏହାକୁ ସଫଳ କରିବା ମଧ୍ୟ ସେତିକି କଷ୍ଟସାଧ୍ୟ । ତାମିଲନାଡୁର ଝିଅ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ଭାରତ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ପକ୍ଷକୁ ଯୁଦ୍ଧରୁ ବିରତ ରହି କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି।
ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।
ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।
ସାଉଦି ଆରବରେ ନିର୍ମାଣ କରାଯାଉଛି ଦୁନିଆର ସବୁଠୁ ବଡ ନଭଶ୍ଚୁମ୍ଭୀ କୋଠା ‘ମୁକାବ ଟାୱାର’। ଏହା ଏତେ ବଡ ଯେ ୨୦ଟି ସାମ୍ରାଜ୍ୟର ଷ୍ଟେଟ୍ ବିଲଡିଂ ଏହା ଭିତରେ ରଖିବାର କ୍ଷମତା ରଖେ। ଏହାର ଉଚ୍ଚତା ରହିଛି ୧୩୦୦ ଫୁଟ ଓ ଚଉଡା ୧୨୦୦ ଫୁଟ ।
ଫିଲ୍ମରେ ନୁହେଁ ବରଂ ରିୟଲରେ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କ ବିରୋଧରେ ଆମେରିକା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭାରତକୁ ପଠାଇ ଦିଆଯାଇଛି।
ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।
ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି ।
ବଢୁଛି ବିଶ୍ୱ ତାପନ। ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ ଇଞ୍ଜେକ୍ଟ କରିବା ଦ୍ୱାରା ପୃଥିବୀ ଥଣ୍ଡା ହୋଇଯିବ।
ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ।
ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।
ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ମାତ୍ର ଫ୍ଲୋରିଡାରେ ଭୀଷଣ ଝଡ଼ ତୋଫାନ ଓ ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।
ଶାରଦୀୟ ଦୁର୍ଗାପୂଜାରେ ମା’ଙ୍କ ଆବାହନ ପରେ ଉତ୍ସବମୁଖର ହୋଇ ଉଠିଥିଲା ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର ।
ଜଣେ ବ୍ରେନ୍ ଡେଡ୍ ଘୋଷିତ ରୋଗୀ ଅଂଗଦାନ ପ୍ରସ୍ତୁତି ଚାଲିଥିବା ବେଳେ ଉଠି ଚାଲିବାକୁ ଲାଗିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।
ଭାଇରାଲ ହେଉଛି ହମାସ ମୁଖ୍ୟର ଭିଡ଼ିଓ। ଇସ୍ରାଇଲକୁ ଆକ୍ରମଣ କରିବା ପୂର୍ବରୁ ସ୍ତ୍ରୀ, ପିଲାଛୁଆଙ୍କୁ ଧରି ବଙ୍କରରେ କରୁଥିଲା ଅଏସ୍। ଦେଖନ୍ତୁ ଦୃଶ୍ୟ ।
ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି ।
ଇସ୍ରାଏଲ ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ଏହା ଦାବି କରାଯାଇଛି ଯେ ଏହା ହେଉଛି ୟାହ୍ୟା ସିନୱାରର ବଙ୍କର୍ ଏବଂ ଏଥିରେ ବହୁମୂଲ୍ୟ ସୁଗନ୍ଧିତ ଦ୍ରବ୍ୟ, ପ୍ରାଇଭେଟ୍ ବାଥରୁମ୍ ଏବଂ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଦିଆଯାଇଥିବା ଖାଦ୍ୟ ।
ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି ।
ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ କେସରିୟାରେ ଥିବା ଘର ପାଖରେ ଖସିଲା ମାନବବିହୀନ ଡ୍ରୋନ୍। ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପ୍ରଧାନମନ୍ତ୍ରୀଙ୍କ ବାସଭବନର କିଛି ଦୂରରେ ଡ୍ରୋନ୍ ଖସିଛି।
ଗାଜାରେ ସେନାର ଏହି ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ଆଇଡିଏଫ ପକ୍ଷରୁ ଜାରି ହୋଇଛି ଏହାର ଡ୍ରୋନ୍ ଭିଡିଓ।
ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।