ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଛି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି ଅଦ୍ଭୁତ ଭାବରେ ନାଚିବା । ଏହି ସଂକ୍ରମଣ ହେତୁ ଲୋକମାନେ ନିଜ ଶରୀରରେ କମ୍ପନ ଅନୁଭବ କରନ୍ତି ଏବଂ ରୋଗୀଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼େ ।
ବର୍ଷା, ବନ୍ୟା ଆଉ ତା ପରେ ପରେ ଅଜଣା ରୋଗ । ଗଲା କିଛି ଦିନ ଧରି ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ମାଲକାନଗିରି ମାଥିଲି ଅଞ୍ଚଳବାସୀ । ଗ୍ରାଉଣ୍ଡ ଜିରୋର ତଥ୍ୟ କହୁଛି ଗଲା ସପ୍ତାହକ ଭିତରେ ମାଥିଲିରେ 9 ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ । ୟା ଭିତରେ ଡାକ୍ତରୀ ଟିମ୍ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ସ୍ଥିତି ଉପରେ ନଜର ତ ରଖିଛନ୍ତି, ରୋଗ ପ୍ରକୋପରୁ ବର୍ତ୍ତିବାକୁ ପୂଜାର୍ଚ୍ଚନାର ବିଶ୍ବାସରୁ ବାହାରି ପାରୁନାହାନ୍ତି ପାହାଡ଼ି ମଣିଷ ।