• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀଠାରୁ ପ୍ରାୟ ୪୫୦୦ କିଲୋମିଟର ଦୂର ଏକ ଏୟାରପୋର୍ଟରେ ଫସିରହିଛନ୍ତି ୪୦୦ ଯାତ୍ରୀ । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ । ଏକାବେଳକେ ୨ ଦିନ ହେବ ସେମାନେ ଫସି ରହିଛନ୍ତି । ଏବେ ବି ସେମାନେ ଭାରତ ଆସିବାକୁ ଅପେକ୍ଷା କରିଛନ୍ତି ।

ଅଜ୍ଞା ହଁ । ଘଟଣା ସତ । ଇଣ୍ଡିଗୋ ବିମାନରେ ଇସ୍ତାନବୁଲରୁ ଦିଲ୍ଲୀ ଏବଂ ମୁମ୍ବାଇକୁ ଆସିବା ପାଇଁ ପ୍ରାୟ ୪୦୦ ଯାତ୍ରୀ ତୁର୍କୀ ବିମାନବନ୍ଦରରେ ଫସି ରହିଛନ୍ତି । ଦୁଇ ଦିନ ହେଲା ଯାତ୍ରୀମାନେ ବିମାନ ବନ୍ଦରରେ ଅଛନ୍ତି । ଏହି ଯାତ୍ରୀମାନେ ଏବେ ସୁଦ୍ଧା ଜାଣିପାରୁ ନାହାନ୍ତି ଯେ ସେମାନେ କେବେ ଭାରତ ଆସିବେ । ଯେତେବେଳେ ଯାତ୍ରୀମାନେ ଅନ୍ୟ କୌଣସି ଉପାୟ ପାଇଲେ ନାହିଁ, ସେତେବେଳେ ସେମାନେ ସୋସିଆଲ ମିଡିଆରେ ନିଜର ଦୁଃଖ କାହାଣୀ ଓ ଅନୁଭବ ବଖାଣିଲେ । ଇସ୍ତାନବୁଲରେ ଫସି ରହିଥିବା ଏହି ଯାତ୍ରୀମାନେ ଦାବି କରିଛନ୍ତି, ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ କ୍ଷତିପୂରଣ ଦେବା ଉଚିତ୍ ।

ଅଧିକ ପଢନ୍ତୁ: ଦୋଛକିରେ BJD.. ଦ୍ୱନ୍ଦ୍ୱରେ ନେତା; ବିଗିଡ଼ିଲାଣି ସଂଗଠନ.. ଦୋହଲିଗଲାଣି ନେତୃତ୍ୱ !

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ୪୦୦ ଯାତ୍ରୀ ବୁଧବାର ରାତିରେ ଦିଲ୍ଲୀ ପାଇଁ 6E12 ଏବଂ ମୁମ୍ବାଇ ପାଇଁ 6E18 ବିମାନରେ ଯାତ୍ରା କରିବାର ଥିଲା । କିନ୍ତୁ ବୁଧାବାର ଯାଇ ଗୁରୁବାର ଯାଇ ଶୁକ୍ରବାର ସରିଗଲା । ହେଲେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ କେବେ ଭାରତ ପଠାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଯାତ୍ରୀମାନଙ୍କ ମଧ୍ୟରୁ ଶୁଭମ୍ ବନସାଲ ଲିଙ୍କଡଇନରେ ଲେଖିଛନ୍ତି, 'ମୁଁ ଇସ୍ତାନବୁଲରେ ଫସି ରହିଥିବା ୪୦୦ ଯାତ୍ରୀଙ୍କ ମଧ୍ୟରୁ ଜଣେ । ଏବେ ସୁଦ୍ଧା ଇଣ୍ଡିଗୋଠାରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । କ’ଣ ଏୟାରଲାଇନ୍‌ସ ଏଭଳି ଚାଲେ କି ?’

ଅନ୍ୟ ଜଣେ ଅଟକି ରହିଥିବା ଯାତ୍ରୀ ଅନୁଶ୍ରୀ ଭନସାଲୀ ସୋସିଆଲ ମିଡିଆରେ କହିଛନ୍ତି ଯେ ବିମାନ ପ୍ରଥମେ ଏକ ଘଣ୍ଟା ବିଳମ୍ବରେ ଆସିଥିଲା, ପରେ ଏହାକୁ ବାତିଲ କରି ୧୨ ଘଣ୍ଟା ପରେ ରି-ସିଡ୍ୟୁଲ କରାଯାଇଥିଲା । ଅନୁଶ୍ରୀ ଭନସାଲୀ ମଧ୍ୟ ତାଙ୍କର ଥକ୍କାପଣ ଏବଂ ଜ୍ୱର ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଯାତ୍ରୀମାନଙ୍କୁ ରହିବା କିମ୍ବା ଖାଦ୍ୟ ପ୍ୟାକେଟ୍ ଦିଆଯାଇ ନାହିଁ । ଏମିତିକି ଇଣ୍ଡିଗୋର କୌଣସି ପ୍ରତିନିଧୀ ବିମାନବନ୍ଦରରେ ସେମାନଙ୍କ ସହ ଯୋଗାଯୋଗ ବି କରିନାହାଁନ୍ତି ।

ତେବେ ଅନେକ ସମୟ ଅପେକ୍ଷା ପରେ ଇଣ୍ଡିଗୋ ପକ୍ଷରୁ ଶୁକ୍ରବାର ରାତିରେ ଏକ ବିବୃତି ଜାରି କରାଯାଇଛି । ଇଣ୍ଡିଗୋ କହିଛି, 'ବୈଷୟିକ ତ୍ରୁଟି ଯୋଗୁଁ ମୁମ୍ବାଇ ଏବଂ ଦିଲ୍ଲୀରୁ ଇସ୍ତାନବୁଲ ଅଭିମୁଖେ ଇଣ୍ଡିଗୋ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା । ଏହି କାରଣରୁ ପ୍ରତ୍ୟାବର୍ତ୍ତନ ବିମାନ ମଧ୍ୟ ବିଳମ୍ବ ହୋଇଥିଲା । ଗ୍ରାହକଙ୍କୁ ଏ ବିଷୟରେ ଜଣାଇବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା । ଯଥାସମ୍ଭବ ସେମାନଙ୍କୁ ରହିବା ଏବଂ ଖାଇବା ସୁବିଧା ଦିଆଯାଇଛି । ଗ୍ରାହକଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଆମେ ସେମାନଙ୍କର ଧୈର୍ଯ୍ୟକୁ ପ୍ରଶଂସା କରୁଛୁ । ଏବେ ସମସ୍ତ ଉଡ଼ାଣ ସ୍ୱାଭାବିକ ହୋଇଛି ।

ଅଧିକ ପଢନ୍ତୁ: ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି; ଜାନୁଆରୀ ସୁଦ୍ଧା ସରିବ ଅଳଙ୍କାର ଗଣତି-ମଣତି !

OTV is now on Whatsapp

Join and get latest news update delivered to you via whatsapp

Join Now