Advertisment

India-China Border Talks: ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା, ଶାନ୍ତି ଓ ସ୍ଥିରତା ବଜାୟ ଲକ୍ଷ୍ୟ

ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା । ବେଜିଂରେ ଦୁଇ ଦେଶର ୨୩ତମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
India-China Border Talks

India-China Border Talks

ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା । ବେଜିଂରେ ଦୁଇ ଦେଶର ୨୩ତମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଦେଇଥିଲେ ଭାରତର ସ୍ୱତନ୍ତ୍ର ପ୍ରତିନିଧି ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ । ଚୀନ୍ ପକ୍ଷରୁ ବୈଦେଶିକ ମନ୍ତ୍ରୀ ତଥା କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ଅଫିସ ନିର୍ଦ୍ଦେଶକ ୟାଙ୍ଗ ୟି ।

Advertisment

ଏହି ଅବସରରେ ଦୁଇ ଦେଶର ସୀମା ବିବାଦ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଫୋକସରେ ଥିଲା ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା । ଏଦିଗରେ କୁଟନୈତିକ ଓ ସାମରିକ କୌଶଳର ବ୍ୟବହାର, ସମନ୍ୱୟ ଓ ମାର୍ଗଦର୍ଶନ ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି । ସୀମା ବିବାଦକୁ ନେଇ ଦୁଇ ଦେଶ ଭିତରେ ବିଭିନ୍ନ ସମୟରେ ଉତ୍ତେଜନା ଦେଖାଦେଇଥାଏ ।

ଏଭଳି ସ୍ଥିତିରେ ଦୁଇ ଡୋଭାଲ୍-ୟାଙ୍ଗ ୟିଙ୍କ ମଧ୍ୟରେ ୨୩ତମ ସ୍ୱତନ୍ତ୍ର ପ୍ରତିନିଧି ବୈଠକ ଅନେକ ଗୁରୁତ୍ୱ ରଖୁଛି । ୨୦୨୦ରେ ସୀମାରେ ଭାରତ-ଚୀନ୍ ସୈନ୍ୟଙ୍କ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ବସିଥିଲା ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ବୈଠକ । ଏହି ଅବସରରେ ଡୋଭାଲ୍ ପରବର୍ତ୍ତୀ ବୈଠକ ପାଇଁ ଭାରତ ଆସିବାକୁ ୟାଙ୍ଗ ୟିଙ୍କୁ ନିମନ୍ତ୍ରଣ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଅଜିତ୍ ଡୋଭାଲ୍: ପାକିସ୍ତାନରେ ଅଣ୍ଡର କଭର ଏଜେଣ୍ଟ, ଭାରତରେ ରିକ୍ସାବାଲା ...

ଭାରତକୁ ଚିର ଶତ୍ରୁ ମାନି ନେଇଥିବା ଚୀନ ବନ୍ଧୁତାର ହାତ ବଢାଇଛି । ଭାରତ ସହ କାମ କରିବାକୁ ଚୀନ ପ୍ରସ୍ତୁତ ଅଛି । ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଉଭୟ ପକ୍ଷ ରାଜିଥିବା ସୂଚନା ମିଳିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ କହିଛନ୍ତି ଯେ, ଚୀନ୍ ମତଭେଦକୁ ଆନ୍ତରିକତାର ସହ ସମାଧାନ କରିବାକୁ ପ୍ରସ୍ତୁତ ।

ଚୀନ୍ ଏବଂ ଭାରତର ନେତାମାନେ ପାରସ୍ପରିକ ବୁଝାମଣା, ଯୋଗଯୋଗ ଓ ଆନ୍ତରିକତାର ସହ ମତଭେଦ ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି । ଯଥାଶୀଘ୍ର ଦ୍ୱିପାକ୍ଷିକ ସମ୍ପର୍କକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ଓ ଭାରତ ସହ କାମ କରିବାକୁ ଚୀନ ପ୍ରସ୍ତୁତ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦୁଇ SR ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ବଜାୟ ଉପରେ ଆଲୋଚନା କରିବେ ଏବଂ କାଜାନ ବୈଠକ ପରି ଦୁଇ ପକ୍ଷଙ୍କ ସହମତି ଅନୁଯାୟୀ ସୀମା ବିବାଦର ଉଚିତ, ଯୁକ୍ତିଯୁକ୍ତ ଏବଂ ପାରସ୍ପରିକ ଗ୍ରହଣୀୟ ସମାଧାନ ଖୋଜିବେ ।

ସମ୍ପର୍କ ପୁନଃସ୍ଥାପନ ପାଇଁ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଆଲୋଚନା ହୋଇଥିବାରୁ SR ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ୩୪୮୮ କିଲୋମିଟର ଲମ୍ୱା ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ୨୦୦୩ ମସିହାରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀ କମିଟି ଗତ କିଛି ବର୍ଷ ମଧ୍ୟରେ ୨୨ ଥର ବୈଠକ କରିଛି ।

ଯଦିଓ ଏହା ସୀମା ବିବାଦର ସମାଧାନ କରିବାରେ ସଫଳ ହୋଇନଥିଲା, ଉଭୟ ଦେଶର ଅଧିକାରୀମାନେ ଏହାକୁ ଦୁଇ ଦେଶ ମଧ୍ୟରେ ବାରମ୍ବାର ତିକ୍ତତା ଦୂର କରିବାରେ ଏକ ପ୍ରତିଜ୍ଞାକାରୀ, ଉପଯୋଗୀ ତଥା ସୁବିଧାଜନକ କମିଟି ବୋଲି ବିବେଚନା କରୁଛନ୍ତି । ପୂର୍ବ ଲଦାଖର ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ସାମରିକ ବିବାଦ ମେ ୨୦୨୦ ରେ ଆରମ୍ଭ ହୋଇଥିଲା ଏବଂ ସେହି ବର୍ଷ ଜୁନ୍ ମାସରେ ଗଲୱାନ୍ ଉପତ୍ୟକାରେ ଏକ ସଂଘର୍ଷ କାରଣରୁ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ।

ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ଏବଂ କିଛି ଚୀନ୍ ସୈନିକ ପ୍ରାଣ ହରାଇଥିଲେ । ବାଣିଜ୍ୟ ବ୍ୟତୀତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରାୟ ଅଟକି ଯାଇଥିଲା । ଚୁକ୍ତିନାମା ଅନୁଯାୟୀ ଡେପସଙ୍ଗ ଏବଂ ଡେମୋକୋକରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମାପ୍ତ ହେବା ପରେ ଏହି ବିବାଦ ଶେଷ ହୋଇଥିଲା । ସୈନ୍ୟ ପ୍ରତ୍ୟାହାର ପାଇଁ ଚୁକ୍ତିନାମା ୨୧ ଅକ୍ଟୋବରରେ ଚୂଡାନ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ:ରୁଷ ଆଣିଲା କ୍ୟାନସର୍‌ ଭ୍ୟାକ୍ସିନ; ଆସନ୍ତା ବର୍ଷରୁ ମାଗଣାରେ ମିଳିବ ଟିକା

India China Beijing Ajit Doval Discussion Border
Advertisment
Advertisment