/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734582794.jpg)
UK murder convict transferred to Surat
ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା । ୨୦୨୦ ମସିହାରେ ବ୍ରିଟେନରେ ଏକ ପ୍ରେମିକାକୁ ହତ୍ୟା ମାମଲାରେ ଦୋଷୀ ପ୍ରେମିକକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ବ୍ରିଟେନ୍ । ଏବେ ସୁରତର ଲାଜପୁର ସେଣ୍ଟ୍ରାଲ ଜେଲରେ ଅବଶିଷ୍ଟ ସଜା କାଟିବ ଅଭିଯୁକ୍ତ । ହତ୍ୟା ଅଭିଯୁକ୍ତକୁ ପ୍ରତ୍ୟାର୍ପଣ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ସୂଚନା ଅନୁସାରେ, ୨୦୨୦ ମସିହାରେ ଗୁଜରାଟ ବାଲସାଦ୍ ଜିଲ୍ଲା ଅନ୍ତର୍ଗତ ଉମର ଗାଁର ଜିଗୁ କୁମାର ସୋର୍ଥୀ ବ୍ରିଟେନରେ ତାର ପ୍ରେମିକାକୁ ହତ୍ୟା କରିଥିଲା । ଉଭୟ ବିବାହ କରିବାକୁ ପ୍ରସ୍ତୁତ ଥିଲେ । ହେଲେ ଅଭିଯୁକ୍ତ ପ୍ରେମିକ ପ୍ରାୟ ସବୁ ସମୟରେ ଗଣ୍ଡଗୋଳ କରୁଥିବାରୁ ବିବାହ ପାଇଁ ରାଜି ହୋଇନଥିଲେ ପ୍ରେମିକା ।
ଶେଷରେ ରାଗରେ ଛୁରୀ ଭୁସି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଥିଲା ଜିଗୁ । ମାମଲାରେ ଅଭିଯୁକ୍ତକୁ ୨୮ ବର୍ଷ ଦଣ୍ଡାଦେଶ ହୋଇଥିଲା । ସେବେଠୁ ଜିଗୁ ବ୍ରିଟେନ ଜେଲରେ ରହିଥିଲା । ଏହାରି ଭିତରେ ପୁଅକୁ ଭାରତ ପ୍ରତ୍ୟାର୍ପଣ କରିବାକୁ ତାର ବାପାମାଆ ଅନୁରୋଧ କରିଥିଲେ ।
ଉଭୟ ଦେଶର ଦୂତାବାସର ନିଷ୍ପତ୍ତି କ୍ରମେ ଅଭିଯୁକ୍ତକୁ ଭାରତରେ ସଜା କାଟିବାକୁ ପ୍ରତ୍ୟାର୍ପଣ ଚୁକ୍ତି ସ୍ୱାକ୍ଷର ହେବାପରେ ତାକୁ ଭାରତ ଫେରାଇ ଅଣାଯାଇଛି । ସୁରଟ୍ ପୋଲିସ ଜିଗୁକୁ ସେଣ୍ଟ୍ରାଲ୍ ଜେଲରେ ଛାଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)