• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବିଶ୍ୱର ୧୬ ପ୍ରତିଶତ ଜମିର ମାଲିକ । ଖାଲି ଜମି ନୁହେଁ, ୧୬ ପ୍ରତିଶତ ଅନ୍ୟାନ୍ୟ ସମ୍ପତ୍ତିର ବି ମାଲିକ । ବିସ୍ତୃତ ବନ୍ୟକ୍ଷେତ୍ର, ଘଞ୍ଚ ଜଙ୍ଗଲ, ଆବାସିକ ଉପନିବେଶ, ବିସ୍ତୀର୍ଣ୍ଣ ସମୁଦ୍ର ତଟ । ଏମିତି କେତେ ସମ୍ପତ୍ତିର ମାଲିକାନା ତାଙ୍କ ହାତରେ । ଦିନ ଥିଲା, ଏହି ପରିବାର ସାମ୍ନାରେ ବିଶ୍ୱର ଅଧା ଦେଶର ମୁଣ୍ଡ ନଇଁ ଯାଉଥିଲା । ତେବେ ଆସନ୍ତୁ ଜାଣିବା, କିଏ ସେହି ପରିବାର ? କେଉଁ କେଉଁ ଇଲାକାରେ ବ୍ୟାପିଛି ତାଙ୍କର ସମ୍ପତ୍ତି ?

ବିଶ୍ୱର ସବୁଠାରୁ ବଡ ଜମିଦାର

ଏହି ପରିବାରକୁ ବିଶ୍ୱର ସବୁଠାରୁ ବଡ ଜମିଦାର ବୋଲି କୁହାଯାଏ । ଏହି ଜମିଦାର ବିଶ୍ୱର ୧୬ ପ୍ରତିଶତ ସମ୍ପତ୍ତିର ମାଲିକ । ବିଶ୍ୱର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଆଡେ ବ୍ୟାପିଛି ତାଙ୍କ ସମ୍ପତ୍ତି । ଏହି ସମ୍ପତ୍ତି ମଧ୍ୟରେ କେଉଁଠି ଚାଷଜମି ତ କେଉଁଠି ଜଙ୍ଗଲ ରହିଛି । ସହରୀ ଇଲାକାରେ ବି ବେଶ ଦାମୀ ଜମି ଏବଂ ଅନ୍ୟ ସମ୍ପତ୍ତି ରହିଛି । ଏଥି ସହିତ ବିସ୍ତୀର୍ଣ୍ଣ ସମୁଦ୍ର ତଟ ବି ତାଙ୍କ ମାଲିକାନାରେ ରହିଛି । ସାରା ବିଶ୍ୱରେ ଥିବା ଏହି ସମ୍ପତ୍ତିର ଦେଖାଶୁଣା କରିବା ପାଇଁ ତାଙ୍କର ଏକ ନିଜସ୍ୱ କମ୍ପାନୀ ରହିଛି ଯାହାର ନାଁ ‘ଦ କ୍ରାଉନ ଇଷ୍ଟେଟ‘।
ଆମେ ଏଠି ଏକ ରାଜ ପରିବାରର କଥା କହୁଛୁ । ଦିନ ଥିଲା, ଏହି ପରିବାରର ଦବଦବା ସାରା ବିଶ୍ୱରେ ଥିଲା । ଅଧା ଦୁନିଆ ତାଙ୍କ ସାମ୍ନାରେ ମୁଣ୍ଡ ନୁଆଁଉଥିଲା । ଏବେ ବି ବିଶ୍ୱର ଅନେକ ଦେଶ ଅଛନ୍ତି ଯିଏ ତାଙ୍କୁ ରାଜା ବୋଲି ମାନନ୍ତି । ଏହି ପରିବାର ହେଉଛି ବ୍ରିଟେନର ରାଜ ପରିବାର । ଆଉ ଏହି ବିରାଟ ସମ୍ପତ୍ତିର ମାଲିକ ହେଉଛନ୍ତି ବ୍ରିଟେନର କିଙ୍ଗ ଚାର୍ଲସ ତୃତୀୟ ଏବଂ ବ୍ରିଟିଶ ରୟାଲ ଫ୍ୟାମିଲି ।

ଏତେ ସମ୍ପତ୍ତି କିନ୍ତୁ ବ୍ୟକ୍ତିଗତ ମାଲିକ ନୁହଁନ୍ତି

କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ । ତାଙ୍କର ଏହି ସମ୍ପତ୍ତି ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ୱେଲ୍ସ, କାନାଡା ଏବଂ ଆହୁରି ଅନେକ ଦେଶରେ ରହିଛି । ବିଶ୍ୱର ମୋଟ କ୍ଷେତ୍ରଫଳର ୧୬.୬ ପ୍ରତିଶତ ସମ୍ପତ୍ତି ବ୍ରିଟିଶ ରାଜାଙ୍କର ଅଟେ । ‘ଦ୍ର କ୍ରାଉନ ଇଷ୍ଟେଟ’ ଏହି ସମ୍ପତ୍ତିର ଦେଖାଶୁଣା କରିଥାଏ । ବ୍ରିଟିଶ ରାଜ ପରିବାର ପାଖରେ ନିଜ ସମ୍ପତ୍ତି ସମେତ ଇଂଲଣ୍ଡରେ ଥିବା ଅନ୍ୟ ଦୁଇ ରୟାଲ ଡଚିଙ୍କ ମାଧ୍ୟମରେ ୨୫୦,୦୦୦ ଏକର ଜମିର ମାଲିକାନା ରହିଛି ।

ଅଧିକ ପଢ଼ନ୍ତୁ: ତଳିତଳାନ୍ତ କରିଦେଲେ ସରକାର : ଦିନେ ଥିଲେ ଜମିଦାର, ଆଜି ସେ ଯାଯାବର

ଏହି ସମ୍ପତ୍ତି ମଧ୍ୟରେ ରହିଛି ୧୧୫,୦୦୦ ଏକର ଚାଷ ଜମି ଓ ବନ୍ୟ ଭୂମି । ଏହାବ୍ୟତୀତ ସାରା ବିଶ୍ୱରେ ତାଙ୍କର ଜମି, ସମୁଦ୍ର ତଟ, ଆବାସିକ କ୍ଷେତ୍ର, ଅଫିସ କମ୍ପ୍ଲେକ୍ସ ପରି ଅନେକ ସମ୍ପତ୍ତି ରହିଛି । ଦ କ୍ରାଉନ ଇଷ୍ଟେଟ କମ୍ପାନୀ ସମ୍ପତ୍ତିର ଦେଖାଶୁଣା କରିବା ସହ ବାଲି, ବଜୁରୀ, ଚୁନାପଥର, ଗ୍ରାନାଇଟ, ଇଟା, ମାଟି, କୋଇଲା ଏବଂ ସ୍ଲେଟ ବ୍ୟବସାୟର ଡିଲ ମଧ୍ୟ କରିଥାଏ । ରାଜାଙ୍କୁ ଡଚି ଅଫ ଲେକେଷ୍ଟର ନାମକ ଏକ ବ୍ୟକ୍ତିଗତ ସମ୍ପତ୍ତିରୁ ବି କିଛି ଅଂଶ ମିଳିଛି । ଏଥିରେ ମଧ୍ୟ-ଲଣ୍ଡନର ସମ୍ପତ୍ତି ସହିତ ୧୮,୦୦୦ ହେକ୍ଟର ଜମି ରହିଛି । ଏହାର ମୂଲ୍ୟ ୬୫୪ ମିଲିୟନ ପାଉଣ୍ଡରୁ ଅଧିକ ହେବ । ଏହି ସମ୍ପତ୍ତିରୁ ପ୍ରତିବର୍ଷ ୨୦ ମିଲିଅନ ପାଉଣ୍ଡ ଲାଭ ମିଳିଥାଏ । ୨୦୨୨ ସେପ୍ଟେମ୍ବରରେ ଯେତେବେଳେ ଚାର୍ଲସ ତୃତୀୟ ସିଂହାସନରେ ବସିଲେ ସେତେବେଳେ ସେ ୪୬ ବିଲିଅନ ଡଲାରର ସାମ୍ରାଜ୍ୟକୁ ନିୟନ୍ତ୍ରଣ କରିବାର ଅଧିକାର ନିଜ ହାତକୁ ନେଇଥିଲେ । ଏଥିରୁ ଅଧିକାଂଶ ରିଅଲ ଇଷ୍ଟେଟ ଥିଲା ।

ଦ କ୍ରାଉନ ଇଷ୍ଟେଟ ପ୍ରତିବର୍ଷ ମୋଟା ଅଙ୍କର ଲାଭ ଆଦାୟ କରୁଛି । ୨୦୨୨ରେ କମ୍ପାନୀ ଏହି ସମ୍ପତ୍ତିରୁ ୪୯୦.୮ ମିଲିୟନ ଡଲାର ଲାଭ ପାଇଥିଲା । ସବୁକୁ ମିଶାଇ ଦେଖିଲେ ଏହି ରାଜ ପରିବାରର ସମ୍ପତ୍ତିର ମୂଲ୍ୟ ୧୫.୬ ବିଲିଅନ ଡଲାର ହେବ । ବ୍ରିଟିଶ ରାଜ ପରିବାର ପରେ ଆଉ ଏକ ରାଜ ପରିବାର ଅଛି ଯିଏ ଏହିପରି ଅଚଳାଚଳ ସମ୍ପତ୍ତିର ମାଲିକ । ସେ ହେଉଛନ୍ତି ସାଉଦି ଆରବର କିଙ୍ଗ ଅବଦୁଲ୍ଲା । ସେ ବ୍ୟକ୍ତିଗତ ଭାବେ ୮,୩୦,୦୦୦ ବର୍ଗ ମାଇଲ ଜମି ଉପରେ ଶାସନ କରନ୍ତି । ତାଙ୍କର ମଧ୍ୟ ବିରାଟ ସମ୍ପତ୍ତି ଏବଂ ଭୂଭାଗ ରହିଛି` । ଏହା ବ୍ୟତୀତ ଆରବ ସମ୍ରାଟଙ୍କ ତେଲର ଖେଳ ବିଶ୍ୱସ୍ତରରେ ତାଙ୍କୁ ଆହୁରି ଶକ୍ତିଶାଳୀ କରି ଦେଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now