ମଧ୍ୟପ୍ରାଚ୍ୟ ଦେଶଗୁଡିକର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଇସ୍ରାଏଲ-ହମାସ ମଧ୍ୟରେ ବର୍ଷକରୁ ଅଧିକ ସମୟ ହେବ ଘମାଘୋଟ ଲଢ଼େଇ ଚାଲିଛି । ଏହି ଲଢ଼େଇ ଭିତରକୁ ଡେଇଁଛନ୍ତି ଲେବାନନ ଓ ଇରାନ । ଏଠାରେ ଅନେକ ଆତଙ୍କୀ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହଯୁଦ୍ଧରେ ସଂଘର୍ଷ କରୁଥିବା ସିରିଆରେ ବଶର ଅଲ-ଅସଦ ସରକାରଙ୍କ ପତନ ପରେ ଏବେ ଦେଶ ବିଦ୍ରୋହୀ ଗୋଷ୍ଠୀଙ୍କ ହାତରେ ।
ବାବା ଭେଙ୍ଗା ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ଆଫଗାନିସ୍ତାନ 9/11 ଆତଙ୍କବାଦୀ ଆକ୍ରମଣ ଏବଂ ବ୍ରେକ୍ସିଟ୍ ବିଷୟରେ ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ସିରିଆ ଉପରେ ତାଙ୍କର ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।
ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଛନ୍ତି ଜଣେ ଜ୍ୟୋତିଷ । ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି ।