ବଢୁଛି ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ଓ୍ୱିଲମୋରଙ୍କ ସଂକଟ । ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସା କହିଛି ମହାକାଶ ଯାତ୍ରୀଙ୍କୁ ଅତିକମରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ ।
ଏହି ଅବଧି ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବଢିପାରେ । ଉଭୟଙ୍କୁ ଫେରାଇ ଆଣିବା ଲାଗି ଏଲନ ମକ୍ସଙ୍କ କମ୍ପାନୀ ସ୍ପେସଏକ୍ସ ନୂଆ କ୍ୟାପସୁଲ୍ ପ୍ରସ୍ତୁତ କରିବ । ଯାହାକି ସମୟ ସାପେକ୍ଷ । ଏହି କାର୍ଯ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହେବ । ଏଣୁ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଫେବୃଆରୀରେ ହେବ ନାହିଁ ।
ଏପଟେ ସୁନୀତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଆସୁଥିବା ବେଳେ ଓଜନରେ ମଧ୍ୟ ହ୍ରାସ ଘଟୁଛି । ଏଭଳିସ୍ଥଳେ ନାସାର ନିଷ୍ପତ୍ତି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଜୁନ୍ ୫ ତାରିଖରେ ୮ ଦିନ ପାଇଁ ଆଇଏସଏସକୁ ଯାଇଥିଲେ ସୁନୀତା ଓ ବୁଚ୍ । ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଭୟ ପୃଥିବୀକୁ ଫେରିପାରିନାହାନ୍ତି ।
Also Read
ଅଧିକ ପଢନ୍ତୁ: ମାନବ ମସ୍ତିଷ୍କରେ ଥିବା ବ୍ଲାକ ବକ୍ସର କାମ କ’ଣ ? ରହସ୍ୟ ଭେଦ କଲେ ବୈଜ୍ଞାନିକ
ସୁନୀତା ୱିଲିୟମ୍ସ ଓ ସାଥି ବୁଚ୍ ୱିଲ୍ମୋର । ସପ୍ତାହେ ପାଇଁ ଯାଇଥିଲେ, ହେଲେ ଏଯାଏ ଫେରିବା ସମ୍ଭବ ହେଉନି । ଉଭୟଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବାକୁ ମିଶନ ‘କ୍ରୁ-୯’ ଆରମ୍ଭ ହୋଇଛି । ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲକୁ ବାଛିଛି NASA । ତେବେ ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରୁ-୯’ ।
ଯାହାର ଭିଡିଓ ସେୟାର କରିଛି NASA । ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ । ଉଭୟ ଆସନ୍ତା ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।
ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ‘କ୍ରୁ-୯’ ଲଞ୍ଚ କରାଯାଇଛି । ଉଭୟଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ୍ ଖାଲି ରଖାଯାଇଛି । ପ୍ରାୟ ୫ ମାସ ପର୍ଯ୍ୟନ୍ତ ସ୍ପେସ ଷ୍ଟେସନ ଯାଇଥିବା ଦୁଇ ମହାକାଶଚାରୀ ହେଗ୍ ଓ ଗୋର୍ବୁନୋଭ ISSରେ ରହିବେ । ଏହି ସମୟରେ ଉଭୟ ISSରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ । ସେହିପରି ସୁନୀତା ଏବଂ ବୁଚ୍ ମଧ୍ୟ କ୍ରୁ-୯ ମିଶନରେ ସାମିଲ ହେବେ । ଆସନ୍ତା ବର୍ଷ ଫେବୃଆରୀରେ ହେଗ୍ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍ ମଧ୍ୟ ଡ୍ରାଗନ୍ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ ।
କାହିଁକି ମହାକାଶ ଯାଇଛନ୍ତି ସୁନୀତା ?
‘ନାସା’ ଏବଂ ‘ବୋଇଂ’ ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନର ଏକ ଅଂଶ ହେଉଛନ୍ତି ସୁନୀତା ୱିଲିୟମ୍ସ । ବୋଇଂ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ‘ସ୍ପେଶ କ୍ୟାପସୁଲ’ । ‘ନାସା’ ୨୦୨୨ ମସିହା ଜୁଲାଇରେ ଏହି ମିଶନ ଆରମ୍ଭ କରିଥିବା ବେଳେ କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ମିଶନ ସମୟରେ ଦୁଇ ମହାକାଶଚାରୀ ନୂତନ ଭାବରେ ବିକଶିତ ହୋଇଥିବା ‘ଷ୍ଟାରଲାଇନର୍’ ମହାକାଶଯାନକୁ, ମହାକାଶକୁ ପଠାଇବା ଏବଂ ଫେରିବା ପାଇଁ ମଧ୍ୟ ଉତ୍ତରଦାୟୀ ରହିବେ । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ୱିତୀୟ ମହାକାଶଯାନକୁ ସଫଳ କରିବାକୁ ଚାହୁଁଛି ଆମେରିକା । ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି ।