• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ସହ ଆସନ୍ତା ୨୧ ତାରିଖରେ ଲାଇଭରେ ଧ୍ୟାନ କରିବେ ବିଶ୍ବର ଲକ୍ଷାଧିକ ଲୋକ । ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଭାବେ ପାଳନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ତେଣୁ ଆଗାମୀ ୨୧ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ପାଳନ କରାଯିବା ସହ ମାନସିକ ଓ ଶାରୀରିକ ଭାବେ ଧ୍ୟାନ କେତେ ଲାଭଦାୟକ ତାହାର ପ୍ରସାର ହେବ । ଏପରିକି ଶାନ୍ତି ଓ ଏକତା ପାଇଁ ମଧ୍ୟ ଏହାର ଯଥେଷ୍ଟ ଶକ୍ତି ରହିଛି ।

ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।

ଅଧିକ ପଢନ୍ତୁ:ବଢୁଛି ସଂକଟ, ଫେବୃଆରୀରେ ଫେରିବେନି ସୁନୀତା ଓ୍ୱିଲିୟମ୍ସ-ବୁଚ୍

"ଧ୍ୟାନ ଆତ୍ମାକୁ ସଠିକ ମାର୍ଗ ଦେଖାଏ, ମନକୁ ଶାନ୍ତ କରେ ଏବଂ ବର୍ତ୍ତମାନ ସମୟରେ ଦେଖାଦେଉଥିବା ଆଧୁନିକ ସମସ୍ୟାଗୁଡ଼ିକର ସମାଧାନ କରିଥାଏ ବୋଲି କହିଛନ୍ତି ରବିଶଙ୍କର । ସେ ତାଙ୍କ ଅଭିଭାଷଣରେ ବିଭିନ୍ନ ଦେଶର ବୟୋଜ୍ୟେଷ୍ଠ ନେତା, କୂଟନୀତିଜ୍ଞ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ଧ୍ୟାନର ଆବଶ୍ୟକତା ସହ ଶାନ୍ତି ଏବଂ ଏକତାରେ ଏହାର ଜରୁରୀ ଭୂମିକା ଉପରେ ଗୁରୁତ୍ୱ ଦେଇ ଅଭିଭାଷଣ ରଖିବେ ।

ଶ୍ରୀ ଶ୍ରୀ ରବି ଶଙ୍କର ଦୀର୍ଘ ୪୩ ବର୍ଷ ଧରି ୧୮୦ଟି ଦେଶରେ ଧ୍ୟାନର ଫାଇଦା ସଂପର୍କରେ ପ୍ରଚାର ପ୍ରସାର କରୁଛନ୍ତି । ସେ ବିଶ୍ୱାସ କରନ୍ତି ଯେ, ଏହା ମାନସିକ ସ୍ପଷ୍ଟତା, ଭାବନାତ୍ମକ ଦୃଢତା ଏବଂ ସମାଜିକ ସମନ୍ୱୟ ସୃଷ୍ଟି କରିବାର ସବୁଠାରୁ ଅଧିକ ଫଳଦାୟକ ଶସ୍ତ୍ର ।

ପୂର୍ବରୁ ସଂଘର୍ଷ ଚାଲିଥିବା ଦେଶ ଶ୍ରୀଲଙ୍କା, ଇରାକ୍, ଭେନେଜୁଏଲା, ଏବଂ କଲମ୍ବିଆରେ ସେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତାଙ୍କ ପ୍ରଚେଷ୍ଟାରେ କଲମ୍ବିଆରେ ଚାଲିଥିବା ସଂଘର୍ଷରେ ଯବନିକା ପଡିଛି ।

ଅଧିକ ପଢନ୍ତୁ: ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା, ଶାନ୍ତି ଓ ସ୍ଥିରତା ବଜାୟ ଲକ୍ଷ୍ୟ

OTV is now on Whatsapp

Join and get latest news update delivered to you via whatsapp

Join Now