ବିଶ୍ୱର ସବୁଠାରୁ ବିକଶିତ ଦେଶ ଫିନଲାଣ୍ଡରେ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା ମିଳିଥାଏ । ଏଠାରେ ନାଗରିକମାନଙ୍କୁ ଭତ୍ତା ସହିତ ଅନେକ ପ୍ରକାର ଅଧିକାର ଏବଂ ସୁବିଧା ସୁଯୋଗ ଦିଆ ଯାଇଥାଏ । ଏଠାରେ ଲୋକଙ୍କୁ ନିଜ ସୁରକ୍ଷା ନେଇ ବିଶେଷ କିଛି ଚିନ୍ତା କରିବାକୁ ପଡେନି । ଚାକିରି ହରାଇଲେ କ'ଣ ହେବ, ବାର୍ଦ୍ଧକ୍ୟରେ କେମିତି ଚଳିବେ, ଦୁର୍ଘଟଣା ଘଟିଲେ କିମ୍ବା ଅସୁସ୍ଥ ହେଲେ କେମିତି ଚିକିତ୍ସା ଖର୍ଚ୍ଚ ତୁଲାଇବେ ଏସବୁ ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ।