• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଟଙ୍କା ରୋଜଗାର ପାଇଁ ବିଭିନ୍ନ ପନ୍ଥା ଆପଣାନ୍ତି ଲୋକେ । ଏମିତିକି ଅଧିକ ଟଙ୍କା ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରିଥା'ନ୍ତି । ଏମିତିକି ସୁଖମୟ ଜୀବନ ବିତାଇବା ପାଇଁ ଦିନ ରାତି ପରିଶ୍ରମ କରନ୍ତି ଅନେକ ବ୍ୟକ୍ତି ।

ଚୀନ୍‌ର ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚୀନ୍‌ର ଶାଣ୍ଡୋଙ୍ଗ ପ୍ରଦେଶରେ କାର୍ଯ୍ୟ କରୁଥିବା ୨୬ ବର୍ଷୀୟ ଜିଆଓ ଚେନ୍‌ ପର୍ଯ୍ୟଟକଙ୍କୁ ପାହାଡ଼ ଦେଖାଇ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ତାଇ ପର୍ବତରେ କାମ କରି ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ସେ ଚୀନ୍‌ର ଶାଣ୍ଡୋଙ୍ଗ ପ୍ରଦେଶକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହିତ ଯାଇ ସେମାନଙ୍କୁ ରାସ୍ତା ଦେଖାନ୍ତି ଏବଂ ଏଥିରୁ ବହୁତ ପରିମାଣର ଅର୍ଥ ଉପାର୍ଜନ କରନ୍ତି । ଏହା ବ୍ୟତୀତ, ଯେତେବେଳେ ପର୍ଯ୍ୟଟକମାନେ ଏହି ସମୟ ମଧ୍ୟରେ ଶେଷ ସ୍ତରରେ ପହଞ୍ଚନ୍ତି, ସେତେବେଳେ ସେମାନଙ୍କୁ ୧୦୦୦ ହଜାର ପାହାଚ ଚଢ଼ିବାକୁ ପଡିଥାଏ । କିନ୍ତୁ ପର୍ଯ୍ୟଟକ ମାନଙ୍କର ଏହି ଟେନ୍‌ସନକୁ ଦୂର କରିଦିଅନ୍ତି ଚେନ୍ । ପର୍ଯ୍ୟଟକଙ୍କୁ ଚେନ୍ କାନ୍ଧରେ ପର୍ବତକୁ ନେଇଯାନ୍ତି ଏବଂ ଏହାର ପ୍ରତିବଦଳରେ ସେମାନଙ୍କୁ ଅତିରିକ୍ତ ଟଙ୍କା ଚାର୍ଜ କରନ୍ତି । ଏହିପରି ଭାବେ ସେ ଦିନକୁ ଦୁଇଥର ତାଇ ପର୍ବତ ଉପରକୁ ଚଢ଼ନ୍ତି ।

ଅଧିକ ପଢ଼ନ୍ତୁ: ଏମିତି ୱଫାଦାର୍ ! ନିଜେ ମରିଗଲା, ହେଲେ ବାଘ ସହ ଲଢ଼ି ମାଲିକକୁ ବଞ୍ଚାଇଦେଲା

କେତେ ରୋଜଗାର କରନ୍ତି ଚେନ୍ ?

ଚେନ୍ ଗୋଟିଏ ଥର ପାହାଡ଼ ଚଢିବାରେ ଗାଇଡ଼୍ କରିବା ପାଇଁ ୮୩ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭୦୦୦ ଟଙ୍କା ଚାର୍ଜ କରିଥା'ନ୍ତି । ଯଦି ଆମେ ଦିନସାରା ମାସିକ ରୋଜଗାର ବିଷୟରେ ଚିନ୍ତାକରିବା , ତେବେ ଜଣେ ସହଜରେ ୩ ଲକ୍ଷ ଟଙ୍କା ରୋଜଗାର କରିପାରିବ । ଏପରି ପରିସ୍ଥିତିରେ ଜଣେ ଟୁର ଗାଇଡ୍ ତାଙ୍କ କଠିନ ପରିଶ୍ରମ ଦ୍ୱାରା ବର୍ଷକୁ ୩୬ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯାହା ଏକ ଭଲ କର୍ପୋରେଟ୍ ଚାକିରିର ବାର୍ଷିକ ପ୍ୟାକେଜ୍ ଠାରୁ ମଧ୍ୟ ଅଧିକ ।

ଚେନ୍ କହିଛନ୍ତି, ମୁଁ କେବଳ ୨୫ରୁ ୪୦ ବର୍ଷ ବୟସର ପର୍ଯ୍ୟଟକଙ୍କୁ ପର୍ବତ ଶିଖରକୁ ନେଇଥାଏ ଏବଂ ଯେଉଁମାନେ ବୃଦ୍ଧ ଅଟନ୍ତି, ମୁଁ ସେମାନଙ୍କୁ ମୋ କାନ୍ଧରେ ବସାଇଥାଏ, ଯେଉଁଥିପାଇଁ ଲୋକମାନେ ମୋତେ ଭଲ ମୂଲ୍ୟ ଦିଅନ୍ତି । ମୋର ଏହି ପ୍ରତିଭା ହେତୁ ଲୋକମାନେ ମୋର ସେବାକୁ ବହୁତ ପସନ୍ଦ କରନ୍ତି ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମୋ ସନ୍ଧାନରେ ପ୍ରାୟତଃ ମୋ ସ୍ଥାନକୁ ଆସନ୍ତି ।

ଚେନ୍ ବାସ୍ତବ ଜୀବନରେ ମଧ୍ୟ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି , ସେ ଟିକଟକ୍ ପରି ପ୍ଲାଟଫର୍ମରେ ନିଜ କାର୍ଯ୍ୟ ସହ ଜଡିତ ଭିଡିଓ ସେୟାର କରନ୍ତି । ଯେଉଁଠାରେ ଲୋକମାନେ ତାଙ୍କ ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି । ସୂଚନାଯୋଗ୍ୟ ,ମାଉଣ୍ଟ ତାଇକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରାଯାଇଛି ଏବଂ ଏହା ୫,୦୨୯ ଫୁଟ ଉଚ୍ଚରେ ଅବସ୍ଥିତ ।

ଅଧିକ ପଢ଼ନ୍ତୁ: ଗାଁ ପିଲା ଖେଳିବାକୁ ଦାନ କରିଦେଲେ ୫ ଏକର ଜାଗା