/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740630041.jpg)
Successful Surgery
୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ଡାକ୍ତରମାନେ ସଫଳତାର ସହ ଅପରେସନ କରି ପାଲାଟିକୁ ନୂଆ ରାହା ଦେଖାଇଛନ୍ତି । ଫଳରେ ସ୍ୱାଭାବିକ ସ୍ଥିତିକୁ ଫେରି ଆସୁଛନ୍ତି ଜଣେ ନାବାଳକ । ଚିକିତ୍ସା ବିଜ୍ଞାନରେ ପୁଣି ବିରଳ ଅସ୍ତ୍ରୋପଚାର ନୂଆ ଜୀବନ ଦେଇଛି । ପିଲାଟିର ସ୍ବାଭାବିକ ଭାବେ ଦୁଇଟି ଗୋଡ଼ କାମ କରୁଥିବା ବେଳେ ଅନ୍ୟ ଦୁଇଟି ଅତିରିକ୍ତ ଗୋଡ଼ ପେଟରେ ଲାଗିଥିଲା ।
ତେବେ ଅତିରିକ୍ତ ଦୁଇଟି ଗୋଡ଼କୁ ଅସ୍ତ୍ରୋପଚାର କରି ନାବାଳକ ଶରୀରରୁ ସଫଳତାର ସହ ଅଲଗା କରାଯାଇଛି । କୋଟିଏ ପିଲାଙ୍କ ମଧ୍ୟରୁ ଗୋଟିଏ ଶିଶୁଙ୍କ ଦେହରେ ଏଭଳି ସ୍ଥିତି ଦେଖାଯାଉଥିବା AIIMS ଡାକ୍ତର କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ମଣିଷର ୪ଟି ଗୋଡ଼ ଥିବା ୪୨ଟି କେସ ରହିଛି । ତେବେ AIIMSରେ ଅସ୍ତ୍ରୋପଚାର ହୋଇଥିବା ନାବାଳକର ଘର ଉତ୍ତରପ୍ରଦେଶ ବାଲିଆ ଅଞ୍ଚଳରେ । ଏବେ ପିଲାଟି ସୁସ୍ଥ ଅଛି ଓ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)